• search
For Quick Alerts
Turn On Notification  
For Daily Alerts

ରାଜ୍ୟରେ ଆଜି ୧୧୭ ଜଣ ପିଲା କରୋନା ପଜିଟିଭ୍

|

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ପିଲାଙ୍କୁ ଆଟାକ୍ କରିବାରେ ଲାଗିଲାଣି କରୋନା । ତୃତୀୟ ଲବର ପୂର୍ବରୁ ରାଜ୍ୟରେ ପିଲାଙ୍କ ସଂକ୍ରମଣ ଧିରେ ଧିରେ ବଢିବାକୁ ଲାଗିଲାଣି । ଆଜି ରାଜ୍ୟରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବର୍ଗରେ ୧୧୭ ଜଣ ରହିଛନ୍ତି ।

Odisha Corona Update

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୭ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧, ଅନୁଗୋଳରୁ୧୬, ବାଲେଶ୍ୱରରୁ ୪୧, ବରଗଡ଼ରୁ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ୨, ଦେବଗଡ଼ରୁ ୫, ଢେଙ୍କାନାଳରୁ୧୨, କଳାହାଣ୍ଡିରୁ ଜଣେ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୯, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୫, କୋରାପୁଟରୁ ୧୧, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ୩, ନୟାଗଡ଼ରୁ ଜଣେ, ପୁରୀରୁ ୨୧, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ୍‌ ପୁଲ୍‌ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭,୦୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୭୮କୁ ବୃଦ୍ଧି ପାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Corona Update For 8th September
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X