ଆଜି ପୁଣି ୩ ହଜାର ଉପରେ କରୋନା ଦୈନିକ ସଂକ୍ରମଣ ରେଖା
ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ପୁଣି ଥରେ ୩ ହଜାର ଡେଇଁଛି । ଗତକାଲି ୩ ହଜାର ତଳକୁ ଖସିଥିବା ଦୈନିକ ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ପୁଣି ଥରେ ୩ ହଜାର ଡେଇଁଛି । ଗତକାଲି ୩ ହଜାର ତଳକୁ ଖସିଥିବା ଦୈନିକ ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୨୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୪୪୯ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ସେହିପରି ଅନୁଗୁଳରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୫୮, ବରଗଡ଼ରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୯, ଦେବଗଡ଼ରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨,ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୨୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 29th June
New Positive Cases: 3371
In quarantine: 1922
Local contacts: 1449(Details of local contacts will be shared by concerned Dist Administration)
District Wise Cases:
1. Angul: 93
— I & PR Department, Odisha (@IPR_Odisha) June 30, 2021
2. Balasore: 258
3. Bargarh: 35
4. Bhadrak: 176
5. Balangir: 12
ସେହିଭଳି କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୧୩୫, ନୂଆପଡ଼ାରୁ ୮, ପୁରୀରୁ ୧୯୩, ରାୟଗଡ଼ାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟପୁଲରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦କୁ ବୃଦ୍ଧି ପାଇଛି । ୩୧ ହଜାର ୪୨୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୭୪ ହଜାର ୩୦୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications