3ୟ ଲହର ପୂର୍ବରୁ ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ, ଆଜି ୧୩୧ ପିଲା ପଜିଟିଭ୍

ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ 3ୟ ଲହର ପୂର୍ବରୁ ପିଲାଙ୍କ ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରୁଛି । ରାଜ୍ୟରେ ଆଜି ଆଉ ୮୮୭ କରୋନା ପଜିଟିଭ ଚିହ୍ନଟ ‌ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ 3ୟ ଲହର ପୂର୍ବରୁ ପିଲାଙ୍କ ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରୁଛି । ରାଜ୍ୟରେ ଆଜି ଆଉ ୮୮୭ କରୋନା ପଜିଟିଭ ଚିହ୍ନଟ ‌ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଆକ୍ରାନ୍ତ ଅଛନ୍ତି ଯାହା କି ଚିନ୍ତାର ବିଷୟ ହୋଇଛି ।

Odisha Corona Update

ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୭, ବାଲେଶ୍ୱରରୁ ୫୬, ବରଗଡ଼ ୯, ଭଦ୍ରକ ୯, ବୌଦ୍ଧ ୧, କଟକ ୧୧୯, ଦେବଗଡ଼ ୯, ଢେଙ୍କାନାଳ ୧୬, ଗଜପତି ୩, ଗଞ୍ଜାମ୨,ଯାଜପୁର୪୩,ଝାରସୁଗୁଡ଼ା୫,କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୧୯, ଖୋର୍ଦ୍ଧା ୩୨୩, କୋରାପୁଟ ୪, ମାଲକାନଗିରି ୨, ମୟୂରଭଞ୍ଜ ୩୧, ନବରଙ୍ଗପୁର ୨, ନୟାଗଡ଼ ୧୧, ନୂଆପଡ଼ା ୩, ପୁରୀ ୩୯, ରାୟଗଡ଼ା ୨, ସମ୍ୱଲପୁର ୨୧, ସୁନ୍ଦରଗଡ଼ ୭ ଓ ଷ୍ଟେଟ୍ ପୁଲ୍‌ରୁ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ୮୨୨୬ କରୋନା ମାମଲା ରାଜ୍ୟରେ ସକ୍ରିୟ ରହିଛି ।

ଅନ୍ୟପଟେ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୪୯୩କୁ ବୃଦ୍ଧି ପାଇଛି। ମୃତ ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮, ଯାଜପୁରରୁ ୬ ବାଲେଶ୍ୱରରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ଅଛନ୍ତି। ସେହିପରି ବାଲେଶ୍ୱରରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏ, ଭଦ୍ରକ ଓ ମୟୂରଭଂଜରୁ ୨ ଲେଖାଏ, କେନ୍ଦୁଝର, ନବରଂଗପୁର, ପୁରୀ, ରାୟଗଡ଼ା, କେନ୍ଦୁଝର, ନବରଂଗପୁର, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+