ରାଜ୍ୟରେ ୬୨୫ ଜଣ ସଂକ୍ରମିତ ଚିହ୍ନଟ, ପୁଣି ୮୦ ପିଲାଙ୍କୁ କରୋନା
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୫୯ଟି ହେଉଛି ଲୋକାଲ୍ କେସ୍। ସେମାନଙ୍କ ମଧ୍ୟରୁ ୮୦ ଜଣ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ରହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୫୯ଟି ହେଉଛି ଲୋକାଲ୍ କେସ୍। ସେମାନଙ୍କ ମଧ୍ୟରୁ ୮୦ ଜଣ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୪ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୦, ବରଗଡ଼ରୁ ୬, ଭଦ୍ରକରୁ ୮, କଟକରୁ ୫୬, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୮, କୋରାପୁଟରୁ ୧୧, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧୦, ନୂଆପଡ଼ାରୁ ଜଣେ, ପୁରୀରୁ ୨୯, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୬ ଓ ଷ୍ଟେଟ୍ ପୁଲ୍ରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି।
ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ୬୨୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨ହଜାର ୩୨୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୬ ହଜାର ୩୩୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮,୪୪୩ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୪୯୩କୁ ବୃଦ୍ଧି ପାଇଛି।












Click it and Unblock the Notifications