Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଆଜି ୭୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ୬୮ ମୃତ

ରାଜ୍ୟରେ ଲଗାତାର ଚତୁର୍ଥ ଥର ପାଇଁ ହଜାରେ ତଳେ ରହିଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଚତୁର୍ଥ ଥର ପାଇଁ ହଜାରେ ତଳେ ରହିଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮କୁ ବୃଦ୍ଧି ପାଇଛି ।

Odisha Corona Update

ସେହିପରି ବାଲେଶ୍ୱରରୁ ୫୨ ଜଣ ଥିବା ବେଳେ, ଯାଜପୁରରୁ ୩୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୦, ବରଗଡ଼ ଓ ଜଗତସିଂହପୁରରୁ ୧୮ ଜଣ ଲେଖାଏଁ, ଅନୁଗୁଳରୁ ୧୬, କେନ୍ଦ୍ରାପଡ଼ାରୁ ୧୫, ପୁରୀରୁ ୧୩, ଦେବଗଡ଼, ଢେଙ୍କାନାଳ ଓ ନୟାଗଡ଼ରୁ ୧୨ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୧୦, ଭଦ୍ରକରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର, ରାୟଗଡ଼ାରୁ ୫ ଜଣ ଲେଖାଏଁ, କନ୍ଧମାଳ, ଗଞ୍ଜାମରୁ ୩ ଜଣ ଲେଖାଏଁ, ଗଜପତି, ବଲାଙ୍ଗୀର, ମାଲକାନଗିରିରୁ ୨ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୭୮ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୯ ଲକ୍ଷ ୮୫ ହଜାରରୁ ଅଧିକ। ସେହିପରି ଆକ୍ଟିଭ୍ କେସ୍ ରହିଛି ୮ ହଜାର ୯୧୭।

ସେପଟେ ରାଜ୍ୟରେ ଆଉ ୬୮ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ରିପୋର୍ଟ ଆସିଛି । କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିଭଳି ଜଗତସିଂହପୁରରୁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭ ହଜାର ୪୨୬କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+