ରାଜ୍ୟରେ ଆଉ ୪୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ନୂଆ ୪୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ଜଣ ୧୮ ବର୍ଷରୁ କମ ବର୍ଗର ବୋଲି ଜଣାପଡ଼ିଛି ।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ନୂଆ ୪୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ଜଣ ୧୮ ବର୍ଷରୁ କମ ବର୍ଗର ବୋଲି ଜଣାପଡ଼ିଛି । ସେହିପରି କ୍ୱାରେଣ୍ଟାଇନ୍ରୁ ୩୮୧ ଜଣ ଓ ୧୯୨ ସ୍ଥାନୀୟ ସଂକ୍ରମଣ ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫ ଜଣ, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧, କଟକରୁ ୪୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧, ଗଜପତିରୁ ୩, ଗଞ୍ଜାମରୁ ୮, ଜଗତସିଂହପୁରରୁ ୧୦, ଯାଜପୁରରୁ୧୮, ଝାରସୁଗୁଡ଼ାରୁ ୨, କଳାହାଣ୍ଡି଼ରୁ ୧, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୩, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଂଜରୁ ୧୯, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୪, ପୁରୀରୁ ୭, ରାୟଗଡ଼ାରୁ ୭, ସମ୍ବଲପୁରରୁ ୩, ସୁନ୍ଦରଗଡ଼ରୁ ୧୦ ଓ ଷ୍ଟେଟ୍ ପୁଲ୍ରୁ ୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦,୧୭,୭୧୮ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୪୮ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେପଟେ ରାଜ୍ୟରେ ଆଉ ୬ ଜଣଙ୍କ ପ୍ରାଣ ନେଇଛି କରୋନା । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାରେ ୮,୧୧୪ଜଣଙ୍କ ମୃତ୍ୟୁ ଘଟିଛି। ଏହି ୬ କରୋନା ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩, କଟକରୁ ୨ ଓ ଯାଜପୁରରୁ ଜଣେ ଲେଖାଏଁ ଅଛନ୍ତି।












Click it and Unblock the Notifications