ରାଜ୍ୟରେ ସାମାନ୍ୟ ବଢିଲା କରୋନା ଗ୍ରାଫ୍: ଆଉ ୧,୧୯୩ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥରୁ ୬୯୫ ଜଣ କ୍ୱାରେଣ୍ଟାଇନ୍‌ ଓ ୪୯୮ଟି ହେଉଛି ଲୋକାଲ୍ କେସ୍‌।

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଉପର ମୁହାଁ ରହିଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥରୁ ୬୯୫ ଜଣ କ୍ୱାରେଣ୍ଟାଇନ୍‌ ଓ ୪୯୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୦ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୭୫୭କୁ ବୃଦ୍ଧି ପାଇଛି।

Odisha Corona Update

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୪୨୫ ଜଣ ଅଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୬୧ ଜଣ ଥିବା ବେଳେ ଅନୁଗୋଳରୁ ୪୯, ବାଲେଶ୍ୱରରୁ ୬୯, ବରଗଡ଼ରୁ ୧୦, ଭଦ୍ରକରୁ ୧୫, ବଲାଙ୍ଗିରରୁ ୯, ବୌଦ୍ଧରୁ ୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୧, ଗଜପତିରୁ ୨, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦, ଝାରସୁଗୁଡ଼ାରୁ ୧୦, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୨୦, କୋରାପୁଟରୁ ୪, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୯, ନୂଆପଡ଼ାରୁ ୨, ପୁରୀରୁ ୩୪, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୧,୧୯୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୪ ହଜାର ୭୫୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୮୦୯ ଜଣ ଚିକିତ୍ସାଧୀନ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+