Corona Update: ଆଜି ବି ହଜାରେ ଉପରେ ଦୈନିକ ସଂକ୍ରମଣ

କାଲି ପରି ଆଜି ବି ହଜାରେ ଉପରେ ରହିଛି ରାଜ୍ୟର କରୋନା ଦୈନିକ ସଂକ୍ରମଣ ସଂଖ୍ୟା । ଗତକାଲି ୧୦୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୭୮ ରହିଛି।

ଭୁବନେଶ୍ୱର: କାଲି ପରି ଆଜି ବି ହଜାରେ ଉପରେ ରହିଛି ରାଜ୍ୟର କରୋନା ଦୈନିକ ସଂକ୍ରମଣ ସଂଖ୍ୟା । ଗତକାଲି ୧୦୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୭୮ ରହିଛି। କ୍ୱାରେଣ୍ଟାଇନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୫୨ । ସେହିପରି ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬,୬୩୦କୁ ବୃଦ୍ଧି ପାଇଛି।

Odisha Corona Update

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୭୨, କଟକରୁ ୧୪୭, ଷ୍ଟେଟପୁଲରୁ ୮୩, ଜଗତସିଂହପୁର ଓ ଯାଜପୁରରୁ ୫୮ଜଣ ଲେଖାଏଁ କେନ୍ଦ୍ରାପଡାରୁ ୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରୀରୁ ୪୮, ବାଲେଶ୍ୱରରୁ ୪୫, ମୟୂରଭଞ୍ଜରୁ ୩୫, ଅନୁଗୁଳ ଓ ନୟାଗଡ଼ରୁ ୨୬ଜଣ ଲେଖାଏଁ, ଭଦ୍ରକରୁ ୨୫, ଢେଙ୍କାନାଳରୁ ୧୬, କେନ୍ଦୁଝର ଓ ସମ୍ବଲପୁରରୁ ୧୨ଜଣ ଲେଖାଏଁ, ଝାରସୁଗୁଡାରୁ ୮, ବରଗଡ଼, ଗଞ୍ଜାମ, କନ୍ଧମାଳ ଓ ସୁନ୍ଦରଗଡ଼ରୁ ୬ଜଣ ଲେଖାଏଁ, ମାଲକାନଗିରି, ନୂଆପଡା ଓ ସୋନପୁରରୁ ୫ଜଣ ଲେଖାଏଁ, ବଲାଙ୍ଗୀର, ଦେବଗଡ଼ ଓ ରାୟଗଡ଼ାରୁ ୪ଜଣ ଲେଖାଏଁ, ଗଜପତିରୁ ୨, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୦ହଜାର ୭୫ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୭୨ହଜାର ୭୧୦। ଆକ୍ଟିଭ କେସ୍ ୧୦ହଜାର ୬୮୨ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୬୩୦ରେ ପହଞ୍ଚିଛି। ଦିନକରେ ୬୮,୭୨୪ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭିଟି ହେଉଛି ୧.୫୬% ।

ଅନ୍ୟପକ୍ଷରେ ଯେଉଁ ୬ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୨, ନୟାଗଡ଼ରୁ ୬, ଅନୁଗୁଳରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବରଗଡ଼, ଯାଜପୁର, କଳାହାଣ୍ଡି, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+