ରାଜ୍ୟରେ ୨୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ବି ୫୭ ମୃତ

ଦିନକରେ ୨୫୪୨ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୫୮ଟି ମାମଲା ଆସିଥିବା ବେଳେ ୧୦୮୪ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା ।

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୨୫୪୨ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୫୮ଟି ମାମଲା ଆସିଥିବା ବେଳେ ୧୦୮୪ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । କଟକରୁ ସର୍ବାଧିକ ୪୨୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪ଟି ପଜିଟିଭ୍ କେସ୍ ଆସିଛି । ସେହିଭଳି ଆଉ ୫୭ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି।

Odisha Corona Update

ସେହିପରି ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡ଼ାରୁ ୧୬୭, ପୁରୀରୁ ୧୫୦, ଯାଜପୁରରୁ ୧୩୯, ଜଗତସିଂହପୁରରୁ ୧୨୮, ମୟୂରଭଞ୍ଜରୁ ୧୨୪ ଓ ଭଦ୍ରକ ଜିଲ୍ଲାରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ଜିଲ୍ଲାରୁ ୬୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭, ବଲାଙ୍ଗିରରୁ ୨, ବୌଦ୍ଧରୁ ୭, ଦେବଗଡ଼ରୁ ୭, ଢେଙ୍କାନାଳରୁ ୩୪, ଗଜପତିରୁ ୧୫, ଗଞ୍ଜାମରୁ ୧୩, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୯, କେନ୍ଦୁଝରରୁ ୬୯, କୋରାପୁଟରୁ ୪୦, ମାଲକାନଗିରିରୁ ୪୨, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୮, ରାୟଗଡ଼ାରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି।

ଯେଉଁ ୫୭ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଅଛନ୍ତି। ସେହିପରି ବରଗଡ଼, ଗଞ୍ଜାମ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ ଥିବା ବେଳେ ଢେଙ୍କାନାଳ, କଳାହାଣ୍ଡି ଓ କୋରାପୁଟରୁ ୪ ଜଣ ଲେଖାଏଁ, ଅନୁଗୋଳ ଓ ମୟୂରଭଂଜରୁ ୩ ଜଣ ଲେଖାଏଁ ଏବଂ ବାଲେଶ୍ୱର, କଟକ, ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

୨୫୪୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୮୨ ଜଣ ସୁସ୍ଥ ହୋଇସାରିଲେଣି। ୨୭ ହଜାର ୫୮୦ ଜଣ ଚିକିତ୍ସାଧୀନ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+