ଧିରେ ଧିରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୨୬୦୨ ଆକ୍ରାନ୍ତ ଚିହ୍ନଟ
ଦିନକରେ ୨୬୦୨ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୯୫ଟି ମାମଲା ଆସିଥିବା ବେଳେ ୧୧୦୭ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା ।
ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୨୬୦୨ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୯୫ଟି ମାମଲା ଆସିଥିବା ବେଳେ ୧୧୦୭ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୭ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୨୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୮୩, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି କେନ୍ଦୁଝରରୁ ୭୨, କୋରାପୁଟରୁ ୩୨, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୫, ପୁରୀରୁ ୧୭୪, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୬୪ ଓ ଷ୍ଟେଟପୁଲରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮କୁ ବୃଦ୍ଧି ପାଇଛି । ୨୮ ହଜାର ୧୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୯୭ ହଜାର ୩୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications