ରାଜ୍ୟରେ ପୁଣି କରୋନାର କରାଳ ରୂପ, ୫୦୦ ଡେଇଁଲା ପଜିଟିଭ ସଂଖ୍ୟା
ଆଜି ଦିନକରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୩୭ ଓ ଲୋକାଲ କେସ୍ ରହିଛି ୨୩୬ ।
ଭୁବନେଶ୍ୱର: ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍ କରିଥିବା ବେଳେ ବେଳେ ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଆଜି ଦିନକରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୩୭ ଓ ଲୋକାଲ କେସ୍ ରହିଛି ୨୩୬ ।
ତେବେ ଖୋର୍ଦ୍ଧାରୁ ସର୍ବାଧିକ ୯୬, ସୁନ୍ଦରଗଡ଼ରୁ ୮୦, ନୂଆପଡାରୁ ୬୦, ବରଗଡ଼ରୁ ୪୩, ଝାରସୁଗୁଡାରୁ ୩୯, ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିର ୨୪ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଷ୍ଟେଟପୁଲରୁ ୨୨, ସମ୍ବଲପୁରରୁ ୨୧, ବଲାଙ୍ଗୀରରୁ ୨୦, ପୁରୀ ଓ ରାୟଗଡ଼ାରୁ ୧୬ଜଣ ଲେଖାଏଁ, ଯାଜପୁର ଓ ମୟୂରଭଞ୍ଜରୁ ୧୩ଜଣ ଲେଖାଏଁ, ବାଲେଶ୍ବରରୁ ୧୧, ଗଞ୍ଜାମ ଓ କେନ୍ଦୁଝରରୁ ୮ଜଣ ଲେଖାଏଁ, ଭଦ୍ରକ, ଗଜପତି ଓ କୋରାପୁଟରୁ ୩ଜଣ ଲେଖାଏ, ସୋନପୁରରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧ, ଦେବଗଡ଼, କନ୍ଧମାଳ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୭ହଜାର ୯୩୫ଜଣ ସଂକ୍ରମିତ । ଆକ୍ଟିଭ୍ କେସ୍ ୩ହଜାର ୩୫୮ରହିଛି ।
Covid-19 Report For 4th April
New Positive Cases: 573
In quarantine: 337
Local contacts: 236(Details of local contacts will be shared by concerned District Administration)
District Wise Cases:
1. Angul: 32
— I & PR Department, Odisha (@IPR_Odisha) April 5, 2021
2. Balasore: 11
3. Bargarh: 43
4. Bhadrak: 3
5. Balangir: 20
ସୂଚନାଯୋଗ୍ୟ ଯେ, ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଲାଣି । ଆଜି ଦେଶରେ ମଧ୍ୟ ପ୍ରଥମ ଥର ପାଇଁ ରେକର୍ଡ କରିଛି ମହାମାରୀ । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ୯୭, ୮୯୪ ଥିଲା ।












Click it and Unblock the Notifications