ତିନି ହଜାର ତଳେ ଆଜି କରୋନା ସଂକ୍ରମଣ ଗ୍ରାଫ, ନୂଆ ୨୮୭୦ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୨ ଜଣ କ୍ୱାରେଣ୍ଟାଇନ୍ରୁ ଓ ବାକି ୧୨୧୮ଟି ହେଉଛି ଲୋକାଲ୍ କେସ୍।
ଭୁବନେଶ୍ୱର: ତିନି ହଜାର ତଳେ ଆଜି ରହିଛି କରୋନା ସଂକ୍ରମଣ ଗ୍ରାଫ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୨ ଜଣ କ୍ୱାରେଣ୍ଟାଇନ୍ରୁ ଓ ବାକି ୧୨୧୮ଟି ହେଉଛି ଲୋକାଲ୍ କେସ୍।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୪୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪, ବାଲେଶ୍ୱରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡ଼ାରୁ ୧୫୭, ଜଗତସିଂହପୁରରୁ ୧୧୨, ନୟାଗଡ଼ରୁ ୧୦୫ ଓ ଭଦ୍ରକ ଜିଲ୍ଲାରୁ ୧୨୮ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୧୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୮୫, ଗଜପତିରୁ ୭, ଗଞ୍ଜାମରୁ ୧୧, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୫, କେନ୍ଦୁଝରରୁ ୬୬, କୋରାପୁଟରୁ ୬୦, ମାଲକାନଗିରିରୁ ୫୭, ନବରଙ୍ଗପୁରରୁ ୩୫, ନୂଆପଡ଼ାରୁ ୭, ରାୟଗଡ଼ାରୁ ୫୦, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୮୭ ଓ ଷ୍ଟେଟ୍ ପୁଲ୍ରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 3rd July
New Positive Cases: 2870
In quarantine: 1652
Local contacts: 1218(Details of local contacts will be shared by concerned Dist Administration)
District Wise Cases:
1. Angul: 99
— I & PR Department, Odisha (@IPR_Odisha) July 4, 2021
2. Balasore: 240
3. Bargarh: 14
4. Bhadrak: 128
5. Balangir: 29
୨୮୭୦ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୨୨୭ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି।












Click it and Unblock the Notifications