ରାଜ୍ୟରେ ବଢୁଛି ସଂକ୍ରମଣ, ଆଜି 4 ଶହ ମାର୍କ ମୁହାଁ କରୋନା ଆକ୍ରାନ୍ତ ସଂଖ୍ୟା
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତକାଲି ରାଜ୍ୟରେ ୨୯୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪ଶହ ପାଖାପାଖି ପହଞ୍ଚି ଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩, ୪୧, ୩୧୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୬୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
Covid-19 Report For 31st March
New Positive Cases: 394
In quarantine: 231
Local contacts: 163(Details of local contacts will be shared by concerned District Administration)
District Wise Cases:
1. Angul: 24
— I & PR Department, Odisha (@IPR_Odisha) April 1, 2021
2. Balasore: 5
3. Bargarh: 34
4. Bhadrak: 4
5. Balangir: 10
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୪ଜଣ, ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ୩୪ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ଜଣ, କଟକ ଜିଲ୍ଲାରୁ ୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୦ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯ଜଣ, ନବରଙ୍ଗପୁର ଜିଲ୍ଲାୁ ୩ଜଣ, ନୟାଗଡ଼ ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ୪୦ଜଣ, ପୁରୀ ଜିଲ୍ଲାରୁ ୧୨ଜଣ, ରାୟଗଡ଼ ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୧ଜଣ, ଷ୍ଟେଟ୍ ପୁଲ୍ରୁ ୧୫ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୧୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୨୪୬ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୭୦୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୯୦୭୩୨୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି।












Click it and Unblock the Notifications