ଆଜି ବି ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ବି ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୦୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୦୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୭୭୫ ଜଣ କ୍ୱାରେଣ୍ଟାଇନ୍ ଓ ୧୩୧୨ଟି ହେଉଛି ଲୋକାଲ୍ କେସ୍।

ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଜଣ ଥିବା ବେଳେ କଟକରୁ ୪୬୨, ବାଲେଶ୍ୱର ୨୪୬, ଯାଜପୁରରୁ ୨୦୫, ପୁରୀରୁ ୧୮୯, ମୟୂରଭଞ୍ଜରୁ ୧୫୪, ଭଦ୍ରକରୁ ୧୪୫ ଓ ନୟାଗଡ଼ ଜିଲ୍ଲାରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୭୮ ଜଣ ଚିହ୍ନଟ ହୋଇଥିବା ବେଳେ ବର ଗଡ଼ରୁ ୩୬, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୩୫, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯୫, ଗଜପତିରୁ ୧୬, ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୬୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୭୨, କୋରାପୁଟରୁ ୭୭, ମାଲକାନଗିରିରୁ ୮୪, ନବରଙ୍ଗପୁରରୁ ୩୫, ନୂଆପଡ଼ାରୁ ୬, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୩୧, ସୋନପୁରରୁ ୨୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 30th June
New Positive Cases: 3087
In quarantine: 1775
Local contacts: 1312(Details of local contacts will be shared by concerned Dist Administration)
District Wise Cases:
1. Angul: 78
— I & PR Department, Odisha (@IPR_Odisha) July 1, 2021
2. Balasore: 246
3. Bargarh: 36
4. Bhadrak: 145
5. Balangir: 21
୩୦୮୭ଟି ନୂଆ ମାମଲା ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୭୭ ହଜାର ୫୪୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩୧ ହଜାର ୨୩୧ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି।












Click it and Unblock the Notifications