ସ୍ବଳ୍ପ ଖସିଲା କରୋନା ସଂକ୍ରମଣ ଗ୍ରାଫ, ୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୦୫୪, ଲୋକାଲ କେସ୍ ୨୯୪୪ ରହିଛି ।

ଭୁବନେଶ୍ୱର: ଗତକାଲି ଦୈନିକ ସଂକ୍ରମଣ ଠାରୁ ଆଜି ସଂକ୍ରମଣ ସଂଖ୍ୟା ସ୍ବଳ୍ପ ହ୍ରାସ ପାଇଛି । ବୁଧବାର ଆଠ ହଜାର ମାର୍କ ଦେନିକ ସଂକ୍ରମଣ ଛୁଇଁ ଥିବା ବେଳେ ଆଜି ଏହା ସାତ ହଜାର ପାଖା ପାଖି ରହିଛି । ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୦୫୪, ଲୋକାଲ କେସ୍ ୨୯୪୪ ରହିଛି ।

 Odisha Corona Update

ସେହିପରି ରାଜ୍ୟରେ ଦିନକରେ କରୋନାରେ ୧୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୧୯ ପଜିଟଭ ଚିହ୍ନଟ ହୋଇଛନ୍ତି । କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡାରୁ ୪୨୦, ଝାରସୁଗୁଡାରୁ ୩୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗୀରରୁ ୨୩୬, ଯାଜପୁରରୁ ୨୨୬, ଷ୍ଟେଟପୁଲରୁ ୧୮୫, ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୋନପୁରରୁ ୧୩୧, ଗଞ୍ଜାମରୁ ୧୨୮, ନୟାଗଡ଼ ଓ ଗଜପତିରୁ ୧୨୧ଜଣ ଲେଖାଏଁ, ଜଗତସିଂହପୁରରୁ ୧୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, କେନ୍ଦ୍ରାପଡାରୁ ୭୭, ଦେଓଗଡ଼ରୁ ୭୪, ବୌଦ୍ଧରୁ ୬୫, କୋରାପୁଟରୁ ୫୭, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୦, ଢେଙ୍କାନାଳରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୭୫ହଜାର ୭୨୧। କୋଭିଡ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଛି । ମୋଟ୍ ଆକ୍ଟିଭ କେସ୍ ୫୭ହଜାର ୭୧୦ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+