ରାଜ୍ୟରେ କରୋନାର ଲେଉଟାଣି, ଆଜି 3ଶହ ମାର୍କ ପାଖାପାଖି ପଜିଟିଭି ସଂଖ୍ୟା
ଗତ ୨୪ ଘଣ୍ଟାରେ ୨୯୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୨୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍ରୁ ଓ ବାକି ୧୧୯ଟି ହେଉଛି ଲୋକାଲ୍ କେସ୍।
ଭୁବନେଶ୍ୱର: ବିଗତ 4 ଦିନ ହେବ ରାଜ୍ୟରେ ଦୈନିକ ୨ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୨୯୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୨୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍ରୁ ଓ ବାକି ୧୧୯ଟି ହେଉଛି ଲୋକାଲ୍ କେସ୍।
ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ଜିଲ୍ଲାରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭୧ରେ ପହଞ୍ଚିଛି। ନୂଆପଡ଼ା ଦ୍ୱିତୀୟ ସ୍ଥାନରେ ଅଛି। ଏହି ଜିଲ୍ଲାରୁ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୧୫, ଭଦ୍ରକରୁ ୬, ବଲାଙ୍ଗିରରୁ ୯, କଟକରୁ ୧୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୭, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୯, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୦, ପୁରୀରୁ ୬, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୧, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି।
୨୯୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୪୦,୧୯୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୩୬,୫୭୧ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ଏବେ ୧୬୫୦ଟି ଆକ୍ଟିଭ କେସ୍ ରହିଛି ଅର୍ଥାତ୍ ସେମାନେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ଏଯାବତ୍ କରୋନାରେ ୧୯୨୦ ଜଣଙ୍କ ମୃତ୍ୟୁ ଘଟିଛି।
Covid-19 Report For 27th March
New Positive Cases: 290
In quarantine: 171
Local contacts: 119(Details of local contacts will be shared by concerned District Administration)
District Wise Cases:
1. Angul: 10
— I & PR Department, Odisha (@IPR_Odisha) March 28, 2021
2. Balasore: 6
3. Bargarh: 15
4. Bhadrak: 6
5. Balangir: 9
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରୁ ୬୨, ୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଆଉ ୩୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।












Click it and Unblock the Notifications