ତିନି ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, କମୁ ନାହିଁ ମୃତ୍ୟୁ ସଂଖ୍ୟା
ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର: ତିନି ହଜାର ତଳକୁ ଖସିଲା ରାଜ୍ୟରେ କରୋନା ଦୈନିକ ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୯୧୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୭୫ ଲୋକାଲ କେସ୍ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଖୋର୍ଦ୍ଧାରୁ ସବାଧିକ ୪୦୧ ପଜିଟିଭ୍ ବାହାରିଛନ୍ତି ।

ଆଜି ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗିରରୁ୧୨, ବୌଦ୍ଧରୁ ୧୮, କଟକରୁ ୩୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪୨,ଗଜପତିରୁ ୧୩, ଗଂଜାମରୁ୧, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫,କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୪୦୧, କୋରାପୁଟରୁ ୫୪, ମାଲକାନଗିରିରୁ ୪୯,ମୟୂରଭଂଜରୁ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦,ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦,ସୁବର୍ଣ୍ଣପୁରରୁ ୧୩, ସୁନ୍ଦରଗଡ଼ରୁ ୭୧, ଷ୍ଟେଟପୁଲରୁ ୬୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ୩୪୮୬ ଜଣ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୧୨୪୧୭୩୮୭ ଜଣଙ୍କର କରୋନା ପରୀକ୍ଷଣ କରାଯାଇଛି । ରାଜ୍ୟରେ ମୋଟ୍ ୮୯୩୫୦୮ ସଂକ୍ରମିତ ମଧ୍ୟରୁ କରୋନାକୁ ମାତ ଦେଇ ଘରକୁ ଫେରିଲେଣି ୮୫୬୪୯୮ ଜଣ । ସେହିପରି ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୩୧୫୬ ।
Covid-19 Report For 24th June
New Positive Cases: 2912
In quarantine: 1675
Local contacts: 1237(Details of local contacts will be shared by concerned Dist Administration)
District Wise Cases:
1. Angul: 119
— I & PR Department, Odisha (@IPR_Odisha) June 25, 2021
2. Balasore: 220
3. Bargarh: 31
4. Bhadrak: 136
5. Balangir: 12
ସେପଟେ ଆଜି ରାଜ୍ୟରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ ମୋଟ୍ କରୋନାଜ ନିତ ମୃତ୍ୟୁ ସଂଖ୍ୟା ୩୮୦୧ରେ ପହଁଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ବରଗଡ, କଟକ, ନୟାଗଡରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୩, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।












Click it and Unblock the Notifications