ଆଜି ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
ରାଜ୍ୟରେ ତଳମୁହାଁ କରୋନା । ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୫୭ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା । ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୫୭ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୬୯୮ ଜଣ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୧୨୫୯ ଲୋକାଲ କଣ୍ଟାକ୍ଟ ରହିଛି । ରାଜ୍ୟରେ ଆଜି ପଜିଟିଭିଟି ହାର ରହିଛି ୪.୭୯।

ତେବେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟ କମୁନି। ଗତକାଲି ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩୬୭୧ କୁ ବୃଦ୍ଧି ପାଇଛି।
Covid-19 Report For 21st June
New Positive Cases: 2957
In quarantine: 1698
Local contacts: 1259(Details of local contacts will be shared by concerned Dist Administration)
District Wise Cases:
1. Angul: 110
— I & PR Department, Odisha (@IPR_Odisha) June 22, 2021
2. Balasore: 247
3. Bargarh: 41
4. Bhadrak: 192
5. Balangir: 37
ଆଜି ବି ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଉପରେ ରହିଛି। ଏହି ଜିଲ୍ଲାରୁ ୪୦୮ ଜଣ ରୋଗୀ ବାହାରିଥିବାବେଳେ ଏହା ପଛରେ ରହିଛି କଟକ। ଏଠାରୁ ବାହାରିଛନ୍ତି ୨୭୨ ଜଣ। ସେହିପରି ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୨୪୭, ବରଗଡରୁ ୪୧, ଭଦ୍ରକରୁ ୧୯୨, ବଲାଙ୍ଗିରରୁ ୩୭, ବୌଦ୍ଧ ୪୭, ଦେବଗଡରୁ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଜଗତ୍ସିଂହପୁରରୁ ୧୦୩, ଯାଜପୁରରୁ ୨୬୦, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୫୧, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୫୭, କୋରାପୁଟରୁ ୬୦, ମାଲକାନଗିରିରୁ ୫୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୪୫, ନୟାଗଡରୁ ୧୧୨,ନୂଆପଡାରୁ ୧୦, ପୁରୀରୁ ୨୧୬, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ସୁନ୍ଦରଗଡରୁ ୫୯ ଏବଂ ଷ୍ଟେଟ ପୁଲ୍ରୁ ୭୦ ଜଣ କରୋନା ସଂକ୍ରମିତ ବାହାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୪୫୮୭ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୮୩,୪୯୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୮,୪୪,୮୦୧। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୩୪,୯୬୫।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କଟକ, ବରଗଡ଼ରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ମୟୂରଭଂଜ ଓ ପୁରୀରୁ ୪ ଜଣ ଲେଖାଏଁ, ସମ୍ବଲପୁରରୁ ୩, ଜଗତସିଂହପୁର, ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଂଜାମ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।












Click it and Unblock the Notifications