ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି କଲା ଦୈନିକ ସଂକ୍ରମଣ

୨୪ ଘଣ୍ଟାରେ ରାଜ୍ୟରୁ ୧୨ ହଜାର ୫୨୩ଟି କରୋନା ପଜିଟିଭ୍ କେସ୍ ଆସିଛି । କ୍ୱାରେଣ୍ଟାଇନରୁ ୭ ହଜାର ୧୨ଟି ମାମଲା ଆସିଥିବା ବେଳେ ୫ ହଜାର ୫୧୧ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ୱର: ପୁଣିଥରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ୨୪ ଘଣ୍ଟାରେ ରାଜ୍ୟରୁ ୧୨ ହଜାର ୫୨୩ଟି କରୋନା ପଜିଟିଭ୍ କେସ୍ ଆସିଛି । କ୍ୱାରେଣ୍ଟାଇନରୁ ୭ ହଜାର ୧୨ଟି ମାମଲା ଆସିଥିବା ବେଳେ ୫ ହଜାର ୫୧୧ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Odisha Corona Update

ସେହିପରି ଅନୁଗୁଳରୁ ୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୧୦, ବରଗଡ଼ରୁ ୩୧୫, ଭଦ୍ରକରୁ ୧୭୭, ବଲାଙ୍ଗିରରୁ ୨୯୬, ବୌଦ୍ଧରୁ ୩୬୫, କଟକରୁ ୧୦୮୪ଦେବଗଡ଼ରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡ଼ାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୨୩୨, ଖୋର୍ଦ୍ଧାରୁ ୧୮୪୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡ଼ରୁ ୩୧୫, ନୂଆପଡ଼ାରୁ ୧୨୯, ପୁରୀରୁ ୫୬୮, ରାୟଗଡ଼ାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡ଼ରୁ ୭୧୫ ଓ ଷ୍ଟେଟପୁଲରୁ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି । କରୋନାରୁ ୫ ଲକ୍ଷ ୫୬ ହଜାର ୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୪୩୮ଟି ସକ୍ରିୟ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+