ରାଜ୍ୟରେ ତଳ ମୁହାଁ ଦୈନିକ ସଂକ୍ରମଣ, ହେଲେ କମୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୧,୭୩୮ ଥିବାବେଳେ ଲୋକାଲ କେସ୍ ୧,୨୯୩ ରହିଛି।

ଭୁବନେଶ୍ୱର: ରାଜ୍ୟର ତଳ ମୁହାଁ ଏବେ କରୋନା ଗ୍ରାଫ । କମୁଛି ଦୈନିକ ସଂକ୍ରମଣ । ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୧,୭୩୮ ଥିବାବେଳେ ଲୋକାଲ କେସ୍ ୧,୨୯୩ ରହିଛି। ହେଲେ ମୃତ୍ୟୁ ସଂଖ୍ୟାକୁ ନେଇ ଏବେ ବି ଚିନ୍ତା କମିନି। ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୬୩୩କୁ ବୃଦ୍ଧି ପାଇଛି।

Odisha Corona Update

ସଂକ୍ରମଣ ତାଲିକାର ଖୋର୍ଦ୍ଧା ଜିଲ୍ଲା ଆଗାରେ ଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଏହି ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୩୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୨୧, ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୩୯, ଭଦ୍ରକରୁ ୧୩୫, ବଲାଙ୍ଗିରରୁ ୩୦, ବୌଦ୍ଧରୁ ୪୦, କଟକରୁ ୨୯୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୯୦, ଗଜପତିରୁ ୨୫, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୭, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୮, କେନ୍ଦୁଝରରୁ ୬୮, କୋରାପୁଟରୁ ୬୮, ମାଲକାନଗିରିରୁ ୪୩, ମୟୂରଭଂଜରୁ ୧୬୭, ନବରଙ୍ଗପୁରରୁ ୬୩, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୨୦, ପୁରୀରୁ ୧୮୦, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଏବଂ ଷ୍ଟେଟପୁଲରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୦୮୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୮,୪୦,୨୧୪ ଜଣ ରୋଗୀ କରୋନାକୁ ମାତ ଦେଇ ଭଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ଟିଭ କେସ୍‌ ୩୬,୬୩୩ ରହିଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଓ କଟକରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଝାରସୁଗୁଡ଼ା ଓ ପୁରୀରୁ ୪ ଜଣ ଲେଖାଏ, ଗଂଜାମ ଓ କୋରାପୁଟରୁ ୩ ଜଣ ଲେଖାଏ, ଗଂଜାମ ଓ କୋରାପୁଟରୁ ୩ ଜଣ ଲେଖାଏ, ଝାରସୁଗୁଡ଼ା ଓ ପୁରୀରୁ ୪ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହପରି ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ରୁ ୨ ଲେଖାଏ ରୋଗୀ ଆଖି ବୁଜିଥିବାବେଳେ କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+