୩ ହଜାର ଉପରେ ଦୈନିକ କରୋନା ସଂକ୍ରମଣ, ଆଜି ୩୨୨୨ ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୩୮୪ଟି ହେଉଛି ଲୋକାଲ୍ କେସ୍।
ଭୁବନେଶ୍ୱର: ପୁଣି ଉପର ମୁହାଁ ରାଜ୍ୟର କରୋନା ଗ୍ରାଫ । ଲଗାତାର ତିନି ଦିନ ହେଲା ରାଜ୍ୟରେ ୩ ହଜାର ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୩୮୪ଟି ହେଉଛି ଲୋକାଲ୍ କେସ୍।

କଟକ ଜିଲ୍ଲାରୁ ସର୍ବାଧିକ ୬୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨, ଜଗତସିଂହପୁରରୁ ୨୧୨, ବାଲେଶ୍ୱରରୁ ୨୦୮, ମୟୂରଭଞ୍ଜରୁ ୧୯୫, ଯାଜପୁରରେ ୧୯୦ ପୁରୀରୁ ୧୮୮, କେନ୍ଦ୍ରାପଡ଼ାରୁ ୧୭୯, ଭଦ୍ରକରୁ ୧୪୧ ଓ ନୟାଗଡ଼ ଜିଲ୍ଲାରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୪, ବଲାଙ୍ଗିର ୨୨, ବୌଦ୍ଧରେ ୧୬, ଦେବଗଡ଼ରେ ୭, ଢେଙ୍କାନାଳରେ ୪୧, ଗଜପତିରେ ୯, ଗଞ୍ଜାମରେ ୨୪, ଝାରସୁଗୁଡ଼ାରେ ୯, କଳାହାଣ୍ଡିରେ ୨୫, କନ୍ଧମାଳରେ ୨୭, କେନ୍ଦୁଝରରେ ୬୪, କୋରାପୁଟରେ ୫୩, ମାଲକାନଗିରିରେ ୬୬, ନବରଙ୍ଗପୁରରେ ୨୩, ନୂଆପଡ଼ାରେ ୧୬, ରାୟଗଡ଼ରେ ୬୧, ସମ୍ବଲପୁରରେ ୩୧, ସୋନପୁରରେ ୧୨ ଓ ସୁନ୍ଦରଗଡ଼ରେ ୬୬ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି।
୩୨୨୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୦ ହଜାର ୯୯୭ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୯୫୦ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୧୦୯କୁ ବୃଦ୍ଧି ପାଇଛି।












Click it and Unblock the Notifications