ହୁ ହୁ ହୋଇ ବଢୁଛି ମହାମାରୀ, ଚାରି ହଜାର ଟପିଲା ଦୈନିକ ସଂକ୍ରମଣ ରେଖା

ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୭୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୨୭୮୫ଟି ମାମଲା ଆସିଥିବା ବେଳେ ୧୯୭୬ଟି ମାମଲା ସ୍ଥାନୀୟ ସଂକ୍ରମଣ ରହିଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୭୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୨୭୮୫ଟି ମାମଲା ଆସିଥିବା ବେଳେ ୧୯୭୬ଟି ମାମଲା ସ୍ଥାନୀୟ ସଂକ୍ରମଣ ରହିଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 Odisha Corona Update

ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୭୩, ଅନୁଗୁଳରୁ ୮୧, ବାଲେଶ୍ୱରରୁ ୮୪, ବରଗଡ଼ରୁ ୧୯୮, ଭଦ୍ରକରୁ ୬୩, ବଲାଙ୍ଗିରରୁ ୩୨୨, ବୌଦ୍ଧରୁ ୨୩, କଟକରୁ ୧୭୬, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୬, ଗଜପତିରୁ ୩୧, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୨୨, ଯାଜପୁରରୁ ୮୬, ଝାରସୁଗୁଡ଼ାରୁ ୨୩୪, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧାରୁ ୮୨୦, କୋରାପୁଟରୁ ୩୧, ମାଲକାନଗିରିରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୮୬, ନବରଙ୍ଗପୁରରୁ ୧୫୪, ନୟାଗଡ଼ରୁ ୬୩, ନୂଆପଡ଼ାରୁ ୫୩୪, ପୁରୀରୁ ୧୯୩, ରାୟଗଡ଼ାରୁ ୬୦, ସମ୍ବଲପୁରରୁ ୧୮୩, ସୋନପୁରରୁ ୪୭, ସୁନ୍ଦରଗଡ଼ରୁ ୬୭୩ ଏବଂ ଷ୍ଟେଟ୍ ପୁଲରୁ ୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୭ ହଜାର ୮୨୧ଟି ସକ୍ରୀୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧୫୦୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୭ ହଜାର ୬୩୭କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+