ରାଜ୍ୟରେ ଆଜି ୨୩୩ କରୋନା ପିଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୩ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଆଜି ୨୩୩ କରୋନା ପିଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୩ ସଂକ୍ରମିତ ଚିହ୍ନଟ
Odisha Corona Update: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ କରୋନା ପିଜିଟିଭ୍ ଚିହ୍ନଟ । ଗତକାଲି ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ଉପରେ ରହିଥିଲା । ସଙ୍ଗରୋଧ କେନ୍ଦ୍ରରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ପଜିଟିଭ୍ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର ଥିବା ସୂଚନା ରହିଛି ।

ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୨୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରୁ ୭ ଜଣ, ବରଗଡ଼ରୁ ୭, ଭଦ୍ରକରୁ ୭, ବଲାଙ୍ଗୀରରୁ ୧୨ ଜଣ, ବୌଦ୍ଧକୁ ୨ ଜଣ, କଟକରୁ ୩୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୨, ଝାରସୁଗୁଡ଼ାରୁ ୧, କଳାହାଣ୍ତି ଜିଲ୍ଲାରୁ ୯, କନ୍ଧମାଳରୁ ୩, କେନ୍ଦୁଝରରୁ ୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୧୧, ନୟାଗଡ଼ ୯ ଜଣ, ନୂଆପଡ଼ାରୁ ୬, ପୁରୀରୁ ୮ ଜଣ, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯ , ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୪ ଜଣ ଓ ଷ୍ଟେଟପୁଲରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
Covid-19 Report For 16th Sept
New Positive Cases 233
Of which 0-18 years: 34
In quarantine: 136
Local contacts: 97(Details of local contacts will be shared by concerned District)
1. Balasore: 7
— I & PR Department, Odisha (@IPR_Odisha) September 17, 2022
2. Bargarh: 7
3. Bhadrak: 1
4. Balangir: 12
5. Boudh: 2
6. Cuttack: 31
ସେହିପରି ବର୍ତ୍ତମାନ ରାଜ୍ୟରେ ୧୬୩୦ଟି ଆକ୍ଟିଭ୍ କେଶ୍ ରହିଥିବା ବେଳେ ୧୩.୨୦.୭୧୭ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୩.୩୧.୫୮୬ ଜଣ ପଜିଟିଭ୍ ଚିହ୍ନ ହୋଇଛନ୍ତି ।












Click it and Unblock the Notifications