ସଂକ୍ରମଣରେ ଲାଗୁ ନାହିଁ ବ୍ରେକ୍, ଆଜି ବି ଆଜି ବି ୧୦ ହଜାର ପାର୍ ପଜିଟିଭି ସଂଖ୍ୟା
ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୦ ହଜାର ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୭୭୯ଟି ମାମଲା ଆସିଥିବା ବେଳେ ୪ ହଜାର ୫୪୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।
ଭୁବନେଶ୍ୱର: ଲକଡାଉନ ସଟଡାଉନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷପ ସତ୍ବେ ରାଜ୍ୟରେ ଦୈନିକ ସଂକ୍ରମଣରେ ବ୍ରେକ ଲାଗୁ ନାହିଁ । ପ୍ରତିଦିନ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାରରୁ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୦ ହଜାର ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୭୭୯ଟି ମାମଲା ଆସିଥିବା ବେଳେ ୪ ହଜାର ୫୪୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୫୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯ଟି ମାମଲା ଆସିଛି । ଗତକାଲି ସର୍ବାଧିକ ସଂଖ୍ୟା କଟକରେ ଥିଲା ।
ସେହିପରି ଅନୁଗୁଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡ଼ରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗିରରୁ ୨୯୧, ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩, ଜଗତସିଂହପୁରରୁ ୧୫୯, ଯାଜପୁରରୁ ୩୩୦, ଝାରସୁଗୁଡ଼ାରୁ ୩୧୨, କଳାହାଣ୍ଡିରୁ ୫୯୯, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୧୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 17th May
New Positive Cases: 10321
In quarantine: 5779
Local contacts: 4542(Details of local contacts will be shared by concerned Dist Administration)
District Wise Cases:
1. Angul: 471
— I & PR Department, Odisha (@IPR_Odisha) May 18, 2021
2. Balasore: 269
3. Bargarh: 320
4. Bhadrak: 350
5. Balangir: 291
କେନ୍ଦୁଝରରୁ ୨୦୪, ଖୋର୍ଦ୍ଧାରୁ ୧୫୬୬, କୋରାପୁଟରୁ ୩୩୮, ମାଲକାନଗିରିରୁ ୭୭, ମୟୂରଭଞ୍ଜରୁ ୪୫୮, ନବରଙ୍ଗପୁରରୁ ୩୩୪, ନୟାଗଡ଼ରୁ ୨୭୩, ନୂଆପଡ଼ାରୁ ୧୪୫, ପୁରୀରୁ ୪୭୨, ରାୟଗଡ଼ାରୁ ୧୬୩, ସମ୍ବଲପୁରରୁ ୪୦୫, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୮୧୯ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୧୧ ହଜାର ୮୨୧ ଜଣ ସଂକ୍ରମିତ ସୁସ୍ଥ ହେବା ସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୧ ଲକ୍ଷ ୪ ହଜାର ୫୩୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।












Click it and Unblock the Notifications