ସାମାନ୍ୟ ବୃଦ୍ଧି ପାଇଲା ଦୈନିକ ସଂକ୍ରମଣ: ରାଜ୍ୟରେ ଆଜି ଚିହ୍ନଟ ହେଲେ ୩, ୮୦୬ କରୋନା ରୋଗୀ, ଆଖି ବୁଜିଲେ ୩୭
ଗତକାଲି ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୮୦୬ ଜଣ। ଏମାନଙ୍କ ମଧ୍ୟରୁ ୨୧୭୨ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍ ୧,୬୩୪ ଅଛନ୍ତି।
ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୮୦୬ ଜଣ। ଏମାନଙ୍କ ମଧ୍ୟରୁ ୨୧୭୨ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍ ୧,୬୩୪ ଅଛନ୍ତି।
ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଧୀରେଧୀରେ କମୁଛି। ରାଜ୍ୟରେ ଏବେ ୪୦ ତଳେ ରହୁଛି ଦୈନିକ ମୃତ୍ୟୁ ସଂଖ୍ୟା। ଗତକାଲି ୩୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୫୦୮କୁ ଛୁଇଁଛି।

ତେବେ ଆଦି ଖୋର୍ଦ୍ଧାରୁ ସର୍ବାଧିକ ୬୧୭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୨୦, ପୁରୀରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୭୫, ମୟବରଭଞ୍ଜରୁ ୧୫୯, ବଲାଙ୍ଗୀରରୁ ୧୫୮, କେନ୍ଦ୍ରାପଡାରୁ ୧୪୫, ନୟାଗଡ଼ରୁ ୧୩୪, ଜଗତସିଂହପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧୯, ରାୟଗଡ଼ାରୁ ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲରୁ ୯୫, ନବରଙ୍ଗପୁରରୁ ୮୮, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ବରଗଡ଼ରୁ ୫୮, ଗଜପତି ଓ ସମ୍ବଲପୁରରୁ ୪୫ଜଣ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୪୩ଜଣ ଲେଖାଏଁ, ଗଞ୍ଜାମ ଓ ସୋନପୁରରୁ ୩୬ଜଣ ଲେଖାଏଁ, ବୌଦ୍ଧରୁ ୩୫, କନ୍ଧମାଳରୁ ୩୪, ନୂଆପଡାରୁ ୩୧, ଦେଓଗଡ଼ରୁ ୩୦ ବଲାଙ୍ଗୀରରୁ ୨୮, ଝାରସୁଗୁ଼ଡାରୁ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୦ହଜାର ୪୯୫ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୮ଲକ୍ଷ ୨୩ହଜାର ୫୯୯। ଆକ୍ଟିଭ କେସ୍ ୪୩ହଜାର ୩୩୮।
ସେହିପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ କଟକ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ, ବରଗଡ଼, ପୁରୀ, ସୁନ୍ଦରଗଡ଼ରୁ ୩ ଲେଖାଏଁ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ୨ ଲେଖାଏଁ ଏବଂ ଗଜପତି, ମୟୂରଭଂଜ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୃତକଙ୍କ ସଂଖ୍ୟା ୫୫୯ ହୋଇଥିବାବେଳେ ବରଗଡରେ ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବାବେଳେ କଟକ ୨୨୮, ଝାରସୁଗୁଡ଼ା ୧୦୨, କଳାହାଣ୍ଡି ୧୬୩, ପୁରୀ ୧୯୦, ସୁନ୍ଦରଗଡ଼ ୩୨୨, ବଲାଙ୍ଗିର ୭୬, ଦେବଗଡ଼ ୩୧, କେନ୍ଦ୍ରାପଡ଼ା ୬୯, ରାୟଗଡ଼ା ୧୩୮, ଗଜପତି ୬୯, ମୟୂରଭଂଜ ୧୧୨, ସମ୍ବଲପୁରରେ ମୃତ୍ୟୁ ସଂଖ୍ୟା ୧୦୨ ଛୁଇଁଛି।












Click it and Unblock the Notifications