Odisha Corona Update: ରାଜ୍ୟରେ ୪ ହଜାର ମୁହାଁ ଦୈନିକ ସଂକ୍ରମଣ
ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୩୭ଟି ହେଉଛି ଲୋକାଲ୍ କେସ୍।
ଭୁବନେଶ୍ୱର: ରାଜ୍ୟରେ ଏବେ ୪ ହଜାର ମୁହାଁ ଦୈନିକ ସଂକ୍ରମଣ । ଗତ ତିନି ଦିନ ହେବ ସଂକ୍ରମଣ ସଂଖ୍ୟା 3 ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୩୭ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ଆକ୍ରାନ୍ତ ହୋଇ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୪୦, କଳାହାଣ୍ଡିରୁ ୩୨୪, ନୂଆପଡ଼ାରୁ ୨୨୧, ବରଗଡ଼ରୁ ୨୧୦, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡ଼ାରୁ ୧୮୩, ପୁରୀରୁ ୧୪୩ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 17th April
New Positive Cases: 3664
In quarantine: 2127
Local contacts: 1537(Details of local contacts will be shared by concerned Dist Administration)
District Wise Cases:
1. Angul: 59
— I & PR Department, Odisha (@IPR_Odisha) April 18, 2021
2. Balasore: 39
3. Bargarh: 210
4. Bhadrak: 27
5. Balangir: 79
ଅନୁଗୋଳ ଜିଲ୍ଲାରୁ ୫୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯, ଭଦ୍ରକରୁ ୨୭, ବଲାଙ୍ଗିରରୁ ୭୯, ବୌଦ୍ଧରୁ ୬, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତି ୬୩, ଗଞ୍ଜାମରୁ ୬୬, ଜଗତସିଂହପୁରରୁ ୬୮, ଯାଜପୁରରୁ ୫୮, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬, କୋରାପୁଟରୁ ୩୯, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୫୭ ଓ ସୋନପୁରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୫୫ ଜଣ ଚିହ୍ନଟ ହୋଇଛନ୍ତି।
୩୬୬୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୪,୮୨୫ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧,୪୩୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications