Odisha Corona Update: ଦିନକରେ ୩୫୩୫ ନୂଆ ସଂକ୍ରମିତ ଚିହ୍ନଟ, ୪୪ ମୃତ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ ଅଛନ୍ତି।
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ହଜାରରୁ କମ୍ କରୋନା ପଜିଟିଜ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ ଅଛନ୍ତି। ସେହିପରି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୩ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲାରୁ ୨୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୯୬, ବରଗଡ ୮୬, ଭଦ୍ରକ ୧୮୪, ବଲାଙ୍ଗୀର ୧୮, ବଉଦ ୫୨, କଟକ ୩୨୦, ଦେବଗଡ ୨୫, ଢେଙ୍କାନାଳ ୫୬, ଗଜପତି ୨୭, ଗଞ୍ଜାମ ୨୬, ଜଗତସିଂହପୁର ୯୦, ଯାଜପୁର ୩୪୮, ଝାରସୁଗୁଡା ୧୨, କଳାହାଣ୍ଡି ୫୬, କନ୍ଧମାଳ ୫୬, କେନ୍ଦ୍ରାପଡା ୧୦୪, କେନ୍ଦୁଝର ୯୨, ଖୋର୍ଦ୍ଧା ୫୩୩, କୋରାପୁଟରୁ ୫୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ମାଲକାନଗିରି ଜିଲାରୁ ୬୮, ମୟୁରଭଞ୍ଜ ୧୫୩, ନବରଙ୍ଗପୁର ୮୫, ନୟାଗଡ ୯୫, ନୂଆପଡା ୧୫, ପୁରୀ ୧୮୭, ରାୟଗଡା ୭୩, ସମ୍ବଲପୁର ୩୯, ସୋନପୁର ୩୯, ସୁନ୍ଦରଗଡ ୭୬ ଏବଂ ଷ୍ଟେଟପୁଲରୁ ୮୨ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ ୮୧୧୭୮୦ ଜଣ ଆରୋଗ୍ୟଲାଭ କରିସାରିଛନ୍ତି ଏବଂ ସଂପ୍ରତି ୪୭୭୯୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।
Covid-19 Report For 15th June
New Positive Cases: 3535
In quarantine: 2016
Local contacts: 1519(Details of local contacts will be shared by concerned Dist Administration)
District Wise Cases:
1. Angul: 207
— I & PR Department, Odisha (@IPR_Odisha) June 16, 2021
2. Balasore: 296
3. Bargarh: 86
4. Bhadrak: 184
5. Balangir: 18
ସେହିପରି ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଗଞ୍ଜାମ, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ବେଳେ କଟକ, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ବରଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।












Click it and Unblock the Notifications