ବଢି ଚାଲିଛି ଦୈନିକ ସଂକ୍ରମଣ, ଆଜି ପୁଣି ୧୭୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩୫ କ୍ୱାରେଣ୍ଟାଇନ୍ ଓ ୭୪୯ଟି ହେଉଛି ଲୋକାଲ କେସ୍। ନୂଆପଡ଼ାରେ ସର୍ବାଧିକ ୩୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩୫ କ୍ୱାରେଣ୍ଟାଇନ୍ ଓ ୭୪୯ଟି ହେଉଛି ଲୋକାଲ କେସ୍। ନୂଆପଡ଼ାରେ ସର୍ବାଧିକ ୩୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୨୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧ ଓ ଗଞ୍ଜାମ ଜିଲ୍ଲାରୁ ୮୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୨, ବରଗଡ଼ରୁ ୮୭, ଭଦ୍ରକରୁ ୩୦, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୨, ଗଜପତିରୁ ୧୬, ଜଗତସିଂହପୁରରୁ ୭, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫୪, କୋରାପୁଟରୁ ୧୦, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ପୁରୀରୁ ୫୩, ରାୟଗଡ଼ାରୁ ୨୫ ଓ ସୋନପୁର ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 12th April
New Positive Cases: 1784
In quarantine: 1035
Local contacts: 749(Details of local contacts will be shared by concerned Dist Administration)
District Wise Cases:
1. Angul: 20
— I & PR Department, Odisha (@IPR_Odisha) April 13, 2021
2. Balasore: 72
3. Bargarh: 87
4. Bhadrak: 30
5. Balangir: 91
୧୭୮୪ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୩,୦୮୬ରେ ପହଞ୍ଚିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୪୦,୬୦୦ ଜଣ ସୁସ୍ଥ ହୋଇସାରିଛନ୍ତି। ୧୦,୫୦୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications