ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ
୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୭୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୦୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୭୧ । ସେପଟେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୧୭ ଆକ୍ରାନ୍ତ ।
ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା । ଆଜି ପୁଣି ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୭୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୦୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୭୧ । ସେପଟେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୧୭ ଆକ୍ରାନ୍ତ ।

ସେହିପରି ଖୋର୍ଦ୍ଧାରୁ ୧୫୮, ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ବରଗଡ଼ରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଅନୁଗୁଳରୁ ୨୭, ବାଲେଶ୍ବରରୁ ୩୩, ଭଦ୍ରକରୁ ୩୬, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୧, କଟକରୁ ୫୬, ଦେବଗଡ଼ ଓ ଢ଼େଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩, ଗଞ୍ଜାମରୁ ୩୧, ଜଗତସିଂହପୁରରୁ ୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 10th April
New Positive Cases: 1379
In quarantine: 808
Local contacts: 571(Details of local contacts will be shared by concerned District Administration)
District Wise Cases:
1. Angul: 27
— I & PR Department, Odisha (@IPR_Odisha) April 11, 2021
2. Balasore: 33
3. Bargarh: 68
4. Bhadrak: 36
5. Balangir: 54
ସେହିପରି କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩୦, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୯, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୧୮, ପୁରୀରୁ ୪୩, ରାୟଗଡ଼ାରୁ ୨୫, ସୋନପୁରରୁ ୧୪ ଓ ଷ୍ଟେଟ୍ ପୁଲରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
୧୩୭୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୩୯,୬୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ୭୯୭୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୧୯୨୬ରେ ପହଞ୍ଚିଛି।












Click it and Unblock the Notifications