Corona Update: ଆଜି ରାଜ୍ୟରୁ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।

Coronavirus

ଅନୁଗୁଳରୁ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକ ୨୦୯, ବଲାଙ୍ଗିର ୫୩, ବୌଦ୍ଧ ୫୪, କଟକ ୪୮୦, ଦେବଗଡ଼ ୨୬, ଢେଙ୍କାନାଳ ୧୪୪, ଗଜପତି ୩୬, ଗଞ୍ଜାମ ୨୯, ଜଗତସିଂହପୁର ୧୪୩, ଯାଜପୁର ୨୦୭, ଝାରସୁଗୁଡ଼ା ୧୩, କଳାହାଣ୍ଡି ୬୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୮୧, କେନ୍ଦୁଝର ୯୬, ଖୋର୍ଦ୍ଧା ୭୦୦, କୋରାପୁଟ ୬୫, ମାଲକାନଗିରି ୫୦, ମୟୂରଭଞ ୧୫୮, ନବରଙ୍ଗପୁର ୭୮, ନୟାଗଡ଼ ୧୪୯, ନୂଆପଡ଼ା ୧୪, ପୁରୀ ୨୫୫, ରାୟଗଡ଼ା ୬୪, ସମ୍ବଲପୁର ୫୪, ସୁବର୍ଣ୍ଣପୁର ୮୪ ଓ ସୁନ୍ଦରଗଡ଼ ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଷ୍ଟେଟପୁଲରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୬୮,୫୩୫ ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି ।

ଅନ୍ୟପଟେ ରାଜ୍ୟରେ ଆଜି ମଧ୍ୟ ମୃତ୍ୟୁ ସଂଖ୍ୟାରେ ରୋକ ଲାଗିନି । ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର, ବରଗଡ଼, କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+