ଆଜି ରାଜ୍ୟରେ ପୁଣି ୬ ହଜାର ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ୬ ହଜାର ମାର୍କ ଡେଇଁଲା କରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ପୁଣି ୬ ହଜାର ମାର୍କ ଡେଇଁଲା କରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩ ହଜାର ୮୨୭ ଥିବା ବେଳେ ଲୋକାଲ କେସ୍ ୨ ହଜାର ୭୭୨ ରହିଛି ।

Odisha Corona Update

ଖୋର୍ଦ୍ଧାରୁ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ନୂଆପଡ଼ାରେ ୫୫୧, କଳାହଣ୍ଡିରୁ ୫୧୮, କଟକରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଝାରସୁଗୁଡ଼ାରୁ ୪୩୬, ସୁନ୍ଦରଗଡ଼ରୁ ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩ ସହ ଷ୍ଟେଟପୁଲରୁ ୨୦୧ ସଂକ୍ରମିତ ଅଛନ୍ତି । ସେହିପରି ଅନୁଗୁଳରୁ ୧୮୭, ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ବରରୁ ୧୩୭, ସୋନପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗୀରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡ଼ା ଓ ଦେବଗଡ଼ରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୫, ମାଲକାନଗିରିରୁ ୨୨ ଓ ଢେଙ୍କାନାଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+