ଆଜି ରାଜ୍ୟରେ ୯୭ ପିଲା କରୋନା ପଜିଟିଭ୍
ରାଜ୍ୟରେ ଧିରେ ଧିରେ ତଳକୁ ଖସୁଛି କରୋନା ସଂକ୍ରମଣ ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜ୍ୟରେ ୯୭ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ତଳକୁ ଖସୁଛି କରୋନା ସଂକ୍ରମଣ ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜ୍ୟରେ ୯୭ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୩୫୪ ପଜିଟିଭ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ହେଉଛି ୨୫୫ । ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ କଟକରୁ ୭୧, ଯାଜପୁରରୁ ୩୬, ଢେଙ୍କାନାଳରୁ ୨୩, ଜଗତସିଂହପୁର, ବାଲେଶ୍ୱରରୁ ୨୧, ପୁରୀରୁ ୨୦ଲେଖାଏ , ଅନୁଗୋଳ ଜିଲ୍ଲାରୁ ୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହପିରି ଯାଜପୁରରୁ ୩୬, ମୟୂରଭଞ୍ଜରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ବରରୁ ୨୧, ଜଗତସିଂହପୁର ଓ ପୁରୀରୁ ୨୦ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୯, ଅନୁଗୁଳରୁ ୧୮, ସମ୍ବଲପୁରରୁ ୧୬, ନୟାଗଡ଼ରୁ ୧୧, ଦେବଗଡ଼ରୁ ୧୦, ଭଦ୍ରକ, ବୌଦ୍ଧରୁ ୯ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮, ଗଞ୍ଜାମରୁ ୬, କନ୍ଧମାଳ, କେନ୍ଦୁଝର ଓ ରାୟଗଡ଼ାରୁ ୫ଜଣ ଲେଖାଏଁ, ବରଗଡ଼ରୁ ୪, ଝାରସୁଗୁଡା, କୋରାପୁଟରୁ ୩ଜଣ ଲେଖାଏଁ, ସୋନପୁରରୁ ୨, ଗଜପତି, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକରୁ ୨୦ ଜଣ ଆଖି ବୁଜିଛନ୍ତି। ଏହାବାଦ ଅନୁଗୁଳ ଓ ଜଗତସିଂହପୁରରୁ ୯ ଲେଖାଏଁ, ଖୋର୍ଦ୍ଧାରୁ ୬, ଯାଜପୁର ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ପୁରୀରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି। ଏହାବ୍ୟତୀତ କଳାହାଣ୍ଡି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।












Click it and Unblock the Notifications