ଖସୁଛି ଦୈନିକ ସଂକ୍ରମଣ, ହେଲେ କମୁ ନାହିଁ ମୃତ୍ୟୁ ସଂଖ୍ୟା: ଆଜି ୨୪୮୭ ପଜିଟିଭ, ୫୧ ମୃତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତ ୪ ଦିନରେ ସବୁଠୁ କମ୍‌। ମାତ୍ର ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଲାଗୁ ନାହିଁ ବ୍ରେକ । ଗତକାଲି ମୃତ୍ୟୁ ସଂଖ୍ୟା ୫୨ ଥିବା ବେଳେ ଆଜି ଏହି ସଂଖ୍ୟା ୫୧ ରହିଛି ।

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଲଗାତାର ୪ ଦିନ ହେଲାଣି ଏହି ସଂଖ୍ୟା ୩ ହଜାର ତଳେ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତ ୪ ଦିନରେ ସବୁଠୁ କମ୍‌। ମାତ୍ର ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଲାଗୁ ନାହିଁ ବ୍ରେକ । ଗତକାଲି ମୃତ୍ୟୁ ସଂଖ୍ୟା ୫୨ ଥିବା ବେଳେ ଆଜି ଏହି ସଂଖ୍ୟା ୫୧ ରହିଛି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର ୯ ଜଣ ହୋଇଥିବା ବେଳେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଛୁଇଁଛି।

Odisha Corona Update

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୫୯ଟି ହେଉଛି ଲୋକାଲ୍ କେସ୍‌। ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୨୨ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୪୦୭, ଯାଜପୁରରୁ ୨୦୨, ବାଲେଶ୍ୱରରୁ ୧୫୭, ପୁରୀରୁ ୧୫୪, ଜଗତସିଂହପୁରରୁ ୧୨୬, ଭଦ୍ରକରୁ ୧୧୩ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୦୩ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୨, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୬୮, କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡ଼ାରୁ ୫, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୨୬, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟ୍‌ ପୁଲ୍‌ରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଯେଉଁ ୫୧ ଜଣ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ଅଛନ୍ତି। ଆଉ ସେହି ୯ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ସେହିପରି ବରଗଡ଼, ଢେଙ୍କାନାଳରୁ ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ ଥିବା ବେଳେ କଟକ, ଯାଜପୁର, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ଭଦ୍ରକ, ଦେବଗଡ଼, ଗଞ୍ଜାମ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+