ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ଦିନକରେ ୧୨ ଡେଇଁଲା ପଜିଟିଭ ସଂଖ୍ୟା

ରାଜ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି କରୋନା । ଦଶ ହଜାର ପରେ ଏବେ ରେକ୍ରଡ କରି ଦୈନିକ ସଂକ୍ରମଣ ସଂଖ୍ୟା ଏବେ ସିଧା ଡେଇଁଛି ୧୨ ହଜାର ଉପରକୁ । ରାଜ୍ୟରେ ଆଉ ୧୨ ହଜାର ୨୩୮ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବର: ରାଜ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି କରୋନା । ଦଶ ହଜାର ପରେ ଏବେ ରେକ୍ରଡ କରି ଦୈନିକ ସଂକ୍ରମଣ ସଂଖ୍ୟା ଏବେ ସିଧା ଡେଇଁଛି ୧୨ ହଜାର ଉପରକୁ । ରାଜ୍ୟରେ ଆଉ ୧୨ ହଜାର ୨୩୮ ପଜିଟିଭି ଚିହ୍ନଟ ହୋଇଛନ୍ତି । ୬ ହଜାର ୯୧୪ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୩୨୪ଟି ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦୭୩ଟି ମାମଲା ଆସିଥିବା ବେଳେ ଖୋର୍ଦ୍ଧାରୁ ୧୮୨୮ ଜଣ ଚିହ୍ନଟ ହୋଇଛନ୍ତି ।

Odisha Corona Update

ସେହିପରି ଅନୁଗୁଳରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧, ବଲାଙ୍ଗିରରୁ ୨୬୦, ବୌଦ୍ଧରୁ ୧୨୮, କଟକରୁ ୯୧୬, ଦେବଗଡ଼ରୁ ୬୦, ଢେଙ୍କାନାଳରୁ ୧୪୨, ଗଜପତିରୁ ୯୧, ଗଞ୍ଜାମରୁ ୩୧୨, ଜଗତସିଂହପୁରରୁ ୧୬୮, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬, କଳାହାଣ୍ଡିରୁ ୫୮୦, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୧୭୯, ଖୋର୍ଦ୍ଧାରୁ ୧୮୨୮, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୂରଭଞ୍ଜରୁ ୨୫୭, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୯୦, ପୁରୀରୁ ୩୬୯, ରାୟଗଡ଼ାରୁ ୨୦୧, ସମ୍ବଲପୁରରୁ ୫୪୪, ସୋନପୁରରୁ ୧୫୯, ସୁନ୍ଦରଗଡ଼ରୁ ୨୦୭୩ ଏବଂ ଷ୍ଟେଟପୁଲରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ ଅତିକ୍ରମ ରହିଛି । ଏଯାବତ୍ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସଂକ୍ରମିତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୮୬ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୯ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୧୪୦କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+