ଆଜି ସାମାନ୍ୟ ବଢିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟ
ଗତକାଲି ଅପେକ୍ଷା ଆଜି ବୃଦ୍ଧି ପାଇଁ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ମଧ୍ୟରୁ କ୍ୱାରେଣ୍ଟିନରୁ ୬୦୫ ଜଣ ଥିବା ବେଳେ ୪୩୬ ରହିଛି ସ୍ଥାନୀୟ ସଂକ୍ରମଣ ।
ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ବୃଦ୍ଧି ପାଇଁ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ମଧ୍ୟରୁ କ୍ୱାରେଣ୍ଟିନରୁ ୬୦୫ ଜଣ ଥିବା ବେଳେ ୪୩୬ ରହିଛି ସ୍ଥାନୀୟ ସଂକ୍ରମଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି।

ସେହିପରି ରାଜ୍ୟରେ ଆଉ ୬୪ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ ଅର୍ଥାତ୍ ୧.୮୩% ରହିଛି।
ତେବେ ନୂଆ ମମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୮୩, କଟକରୁ ୧୩୨, ଜଗତସିଂହପୁର ଓ ଷ୍ଟେଟପୁଲରୁ ୮୧ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୭ ଆକ୍ରାନ୍ତ ଚିହ୍ନଟ। ଯାଜପୁରରୁ ୩୬, ପୁରୀରୁ ୩୪, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ଼ରୁ ୨୮ଜଣ ଲେଖାଏଁ, ରାୟଗଡ଼ାରୁ ୨୬, ବାଲେଶ୍ୱରରୁ ୨୩, କେନ୍ଦୁଝରରୁ ୧୭, ଭଦ୍ରକରୁ ୧୫, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୯, ଦେବଗଡ଼ରୁ ୭, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ବରଗଡ଼, ଗଜପତି, ମାଲକାନଗିରିରୁ ୩ଜଣ ଲେଖାଏଁ , ନବରଙ୍ଗପୁର ଓ ନୂଆପଡାରୁ ୨ଜଣ ଲେଖାଏଁ, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ।
ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୮ହଜାର ୯୯୭ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୭୧ହଜାର ୩୯୧। ଆକ୍ଟିଭ କେସ୍ ୧୦ହଜାର ୯୮୮।












Click it and Unblock the Notifications