୨୪ ଘଣ୍ଟାରେ ରାଜ୍ୟରେ ୧୦୪୧ ସଂକ୍ରମିତ, ୧୨୮ ପିଲା କରୋନା ପଜିଟିଭ୍‌

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୮ ଜଣ ପିଲା ଅଛନ୍ତି, ଯେଉଁମାନଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୮ ଜଣ ପିଲା ଅଛନ୍ତି, ଯେଉଁମାନଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି। କ୍ୱାରେଣ୍ଟାଇନରୁ ୬୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ରୁ ୪୩୬ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୪୫ ଆକ୍ରାନ୍ତ।

Odisha Corona Update

ଖୋର୍ଦ୍ଧାରୁ ସର୍ବାଧିକ ୩୯୮, କଟକରୁ ୧୭୬, ଷ୍ଟେଟପୁଲରୁ ୮୮, ଯାଜପୁରରୁ ୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୪୩, କେନ୍ଦ୍ରାପଡାରୁ ୩୭, ମୟୂରଭଞ୍ଜରୁ ୩୬, ପୁରୀରୁ ୩୪, ଅନୁଗୁଳରୁ ୨୯, ବାଲେଶ୍ୱରରୁ ୨୨, ଭଦ୍ରକ ଓ ଢେଙ୍କାନାଳରୁ ୧୫ଜଣ ଲେଖାଏଁ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୧୩ଜଣ ଲେଖାଏଁ, କେନ୍ଦୁଝରରୁ ୧୨, ସମ୍ବଲପୁରରୁ ୯, ବରଗଡ଼, ଦେବଗଡ଼ରୁ ୭ଜଣ ଲେଖାଏଁ, ଗଞ୍ଜାମ ଓ ରାୟଗଡ଼ାରୁ ୫ଜଣ ଲେଖାଏଁ, କଳାହାଣ୍ଡିରୁ ୪,ମାଲକାନଗିରି ଓ ନବରଙ୍ଗପୁରରୁ ୩ଜଣ ଲେଖାଏଁ, ବଲାଙ୍ଗୀର,କନ୍ଧମାଳ, କୋରାପୁଟରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡା, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୦୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୧ ହଜାର ୩୧୬ ସୁସ୍ଥ ହୋଇ ସାରିଥିବା ବେଳେ ୯,୬୬୪ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୧୫୪କୁ ବୃଦ୍ଧି ପାଇଛି।

ଏହି ୬୮ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୮ ଜଣ ଥିବା ବେଳେ ଜଗତସିଂହପୁରରୁ ୧୦, ଖୋର୍ଦ୍ଧାରୁ ୭, ଢେଙ୍କାନାଳରୁ ୬, ଭଦ୍ରକ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୪, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଯାଜପୁରରୁ ୩ ଜଣ ଲେଖାଏଁ, ଗଞ୍ଜାମରୁ ୨ ଏବଂ ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+