Corona Update: ରାଜ୍ୟରେ ଆଉ ୧୦୦ ଜଣ ପିଲାଙ୍କୁ କରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୮୫୩ ନୂଆ କୋଭିଡ୍ ପଜିଟିଭ୍ । ଯେଉଁମାନଙ୍କ ମଧ୍ୟରେ ୪୯୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୫୭ ଜଣ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ ।
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୮୫୩ ନୂଆ କୋଭିଡ୍ ପଜିଟିଭ୍ । ଯେଉଁମାନଙ୍କ ମଧ୍ୟରେ ୪୯୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୫୭ ଜଣ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ । ତେବେ ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୦ ଜଣ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁମାନେ ୧୮ ବର୍ଷରୁ କମ୍ ବର୍ଗରେ ରହିଛନ୍ତି ।

ତେବେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୯, ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୨, ଭଦ୍ରକରୁ ୧୮, ବଲାଙ୍ଗିରରୁ ୨, କଟକରୁ ୧୪୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୦, ବଲାଙ୍ଗିରରୁ, କଟକରୁ ୧୪୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୦, ଗଜପତିରୁ ୧, ଗଂଜାମରୁ ୧୧, ଜଗତସିଂହପୁରରୁ ୩୨, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୧,କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୨୮୬, କୋରାପୁଟରୁ ୩, ମାଲକାନଗିରିରୁ ୧ ମୟୂରଭଞ୍ଜରୁ ୨୧, ନୟାଗଡ଼- ୨୨, ପୁରୀରୁ ୩୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୯, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୧୨ ଏବଂ ଷ୍ଟେଟପୁଲରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୬୭,୮୩୪ ସାମ୍ପଲ୍ ଟେଷ୍ଟ ହୋଇଥିବାବେଳେ ରାଜ୍ୟାରେ ପଜିଟିଭିଟି ହାର ୧.୨୫%ରହିଛି। ରାଜ୍ୟରେ ମୋଟ ୧,୭୪,୮୩,୭୦୬ ନମୂନା ପରୀକ୍ଷା ହୋଇଥିବାବେଳେ କରୋନା ରୋଗୀ ବାହାରିଛନ୍ତି ୧୦,୦୦,୯୩୭। ବର୍ତ୍ତମାନ ସୁଦ୍ଧା ୯,୮୪,୨୨୪ କରୋନାରୁ ମୁକ୍ତ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୯୩୮୨।
ସେହିପରି ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଓ ଜଗତସିଂହପୁରରୁ ୧୩ ଲେଖାଏ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଢେଙ୍କାନାଳରୁ ୧୧, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୮ ଲେଖାଏ ଆଖି ବୁଜିଛନ୍ତି। ସେହିପରି ଯାଜପୁରରୁ ୫, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧାରୁ ୩ ଲେଖାଏ, ଯାଜପୁରରୁ ୫, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧାରୁ ୩ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର, ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୩୫୮କୁ ବୃଦ୍ଧି ପାଇଛି।












Click it and Unblock the Notifications