ଭୁବନେଶ୍ବର ରେଳ ଷ୍ଟେସନ୍ ପରେ ବିମାନବନ୍ଦରରୁ ୧୦ ପଜିଟିଭ୍
ରବିବାର ଭୁବନେଶ୍ୱର ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ବିମାନବନ୍ଦରରୁ ଆଉ ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ କରୋନା ତାର କାୟା ବିସ୍ତାର କରୁଛି । ଯାହା ମଧ୍ୟରେ ରାଜଧାନୀ ଭୁବନେଶ୍ବର ପୁଣିଥରେ ହଟସ୍ପଟ ହେବାକୁ ବସିଲାଣି । ରବିବାର ଭୁବନେଶ୍ୱର ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ବିମାନବନ୍ଦରରୁ ଆଉ ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଜି ରେଲଓ୍ୱେ ଷ୍ଟେସନ୍ରୁ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଭୁବନେଶ୍ୱର ବିମାନ ବନ୍ଦର । ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଗତ ୩ ଦିନରେ ୨୫ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦ ପଜିଟିଭ୍ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ତେବେ ଆଜିକୁ ମିଶାଇ ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଛନ୍ତି ।












Click it and Unblock the Notifications