For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ୬୦୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନରୁ ଓ ୨୬୫୧ଟି ହେଉଛି ଲୋକାଲ୍ କେସ୍‌।

|

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନରୁ ଓ ୨୬୫୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪ ଓ ବାଲେଶ୍ୱରରୁ ୩୯୨ ଜଣ ଚିହ୍ନଟ ହୋଇଛନ୍ତି।

Odisha Corona Positive

ସେହିପରି ଅନୁଗୋଳ ଜିଲ୍ଲାରୁ ୨୯୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦୭, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୧୩୦, ଦେବଗଡ଼ରୁ ୨୮, ଢେଙ୍କାନାଳରୁ ୭୩, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୨୨୬, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୧୧୨, କେନ୍ଦ୍ରାପଡ଼ାରୁ ୨୫୩, କେନ୍ଦୁଝରରୁ ୧୨୩, କୋରାପୁଟରୁ ୧୨୬, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୨୯୭, ନବରଙ୍ଗପୁରରୁ ୧୪୬, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୭, ପୁରୀରୁ ୨୯୧, ରାୟଗଡ଼ାରୁ ୧୨୦, ସମ୍ବଲପୁରରୁ ୧୦୧, ସୋନପୁରରୁ ୬୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୧୫୧ ଜଣ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି।

୬୦୯୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୬୪ ହଜାର ୬୭୩ ଜଣ ସୁସ୍ଥ ହୋଇସାରିଛନ୍ତି। ୬୯ ହଜାର ୩୩୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଉ ୪୪ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Corona Positive Cases of 9th june
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X