ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୬୦୧୯ ସଂକ୍ରମିତ ଚିହ୍ନଟ
ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨ । ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଭୁବନେଶ୍ବର: ଗତକାଲି ତୁଳନାରେ ଆଜି ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨ । ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮,୩୧,୧୨୯ ଛୁଇଁଛି। ସେହିପରି ୭,୫୬,୬୪୧ ଜଣ କରୋନା ମୁକ୍ତ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ଅଛି ୭୧,୩୧୨।
ତେବେ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୯୬, କଟକରୁ ୫୩୧, ଯାଜପୁରରୁ ୪୦୬, ଅନୁଗୁଳରୁ ୩୩୫, ମୟୂରଭଞ୍ଜରୁ ୩୩୩, ପୁରୀରୁ ୩୨୪, ଢେଙ୍କାନାଳରୁ ୨୯୧, ବାଲେଶ୍ୱରରୁ ୨୮୬, ସୁନ୍ଦରଗଡ଼ରୁ ୨୮୩, ଭଦ୍ରକରୁ ୨୬୨, କେନ୍ଦ୍ରାପଡାରୁ ୨୧୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତସିଂହପୁରରୁ ୧୯୬, ନୟାଗଡ଼ରୁ ୧୯୧, ଷ୍ଟେଟପୁଲରୁ ୧୫୭, ନବରଙ୍ଗପୁରରୁ ୧୫୧, କୋରାପୁଟରୁ ୧୪୨, ସମ୍ବଲପୁରରୁ ୧୩୧, ବରଗଡ଼ ୧୨୨, କେନ୍ଦୁଝରରରୁ ୧୨୦, ରାୟଗଡ଼ାରୁ ୧୦୮ ମାଲକାନଗିରିରୁ ୮୫, ବୌଦ୍ଧରୁ ୭୯, କନ୍ଧମାଳରୁ ୭୬, ଗଞ୍ଜାମରୁ ୭୩, କଳାହାଣ୍ଡିରୁ ୭୦, ବଲାଙ୍ଗୀରରୁ ୬୬, ସୋନପୁରରୁ ୬୫, ଝାରସୁଗୁଡାରୁ ୪୧, ଗଜପତିରୁ ୩୪, ଦେଓଗଡ଼ରୁ ୨୪, ନୂଆପଡାରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Covid-19 Report For 8th June
New Positive Cases: 6019
In quarantine: 3397
Local contacts: 2622(Details of local contacts will be shared by concerned Dist Administration)
District Wise Cases:
1. Angul: 335
— I & PR Department, Odisha (@IPR_Odisha) June 9, 2021
2. Balasore: 286
3. Bargarh: 122
4. Bhadrak: 262
5. Balangir: 66
ଅନ୍ୟପଟେ ଗତ୨୪ ଘଣ୍ଟାରେ ୮ହଜାର ୮୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯ରେ ପହଞ୍ଚିଥିବା ବେଳେ ମୋଟ୍ ୭ଲକ୍ଷ ୫୬ହଜାର ୬୪୧ଜଣ ସୁସ୍ଥ ହୋଇସାରିଲେଣି।












Click it and Unblock the Notifications