ଆଜି ୩ ହଜାର ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୪୩ ମୃତ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୯୬ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଛନ୍ତି । ବାକି ୧୪୨୩ଟି ହେଉଛି ଲୋକାଲ୍ କେସ୍।
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୯୬ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଛନ୍ତି । ବାକି ୧୪୨୩ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୫୬୬ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୪୪୦, ବାଲେଶ୍ୱରରୁ ୩୯୭, ମୟୂରଭଞ୍ଜରୁ ୧୯୯, ଯାଜପୁରରୁ ୧୯୪, ପୁରୀରୁ ୧୭୫, ଭଦ୍ରକରୁ ୧୬୩, ଜଗତସିଂହପୁରରୁ ୧୩୦ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୪ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୪୭, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୨, ଗଞ୍ଜାମରୁ ୧୮, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୨୩, କେନ୍ଦୁଝରରୁ ୬୫, କୋରାପୁଟରୁ ୫୯, ମାଲକାନଗିରିରୁ ୭୧, ନବରଙ୍ଗପୁରରୁ ୩୯, ନୟାଗଡ଼ରୁ ୧୧୧, ନୂଆପଡ଼ାରୁ ୪, ରାୟଗଡ଼ାରୁ ୪୩, ସମ୍ବଲପୁରରୁ ୨୯, ସୋନପୁରରୁ ୧୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 27th June
New Positive Cases: 3319
In quarantine: 1896
Local contacts: 1423(Details of local contacts will be shared by concerned Dist Administration)
District Wise Cases:
1. Angul: 116
— I & PR Department, Odisha (@IPR_Odisha) June 28, 2021
2. Balasore: 397
3. Bargarh: 47
4. Bhadrak: 163
5. Balangir: 10
ଅନ୍ୟପକ୍ଷରେ ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ବରଗଡ଼, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ ଥିବା ବେଳେ ସୁନ୍ଦରଗଡ଼ରୁ ୪ ଏବଂ କଟକ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୩୩କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୩୦, ନୟାଗଡ଼ରେ ୮୪, ପୁରୀରେ ୨୨୪, ସୁନ୍ଦରଗଡ଼ରେ ୩୪୯, କଟକରେ ୨୭୫, ଭଦ୍ରକରେ ୪୭, ଗଞ୍ଜାମରେ ୩୩୦, ଢେଙ୍କାନାଳରେ ୬୦, ବାଲେଶ୍ୱରରେ ୧୨୯, କେନ୍ଦୁଝରରେ ୬୮, ମୟୂରଭଞ୍ଜରେ ୧୨୮ ଓ ସମ୍ବଲପୁରରେ ୧୧୭କୁ ବୃଦ୍ଧି ପାଇଛି।
୩୩୧୯ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୬୭ ହଜାର ୪୦୨ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩୨ ହଜାର ୪୦୪ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି ।












Click it and Unblock the Notifications