ମାଡି ଚାଲିଛି ମହାମାରୀ, ରାଜ୍ୟରେ ପୁଣି ୬ ହଜାରରୁ ଅଧିକ ସଂକ୍ରମିତ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।
ଭୁବନେଶ୍ୱର: ମାଡି ଚାଲିଛି ମହାମାରୀ। ଲଗାତାର ଷଷ୍ଠ ଦିନରେ ରାଜ୍ୟରୁ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।

ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଟପି ଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Covid-19 Report For 26th April
New Positive Cases:: 6073
In quarantine: 3522
Local contacts: 2551(Details of local contacts will be shared by concerned Dist Administration)
District Wise Cases:
1. Angul: 239
— I & PR Department, Odisha (@IPR_Odisha) April 27, 2021
2. Balasore: 78
3. Bargarh: 286
4. Bhadrak: 65
5. Balangir: 457
ଅନୁଗୁଳରୁ ୨୩୯ ଜଣ, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୮୬, ଭଦ୍ରକରୁ ୬୫, ବଲାଙ୍ଗିରରୁ ୪୫୭, ବୌଦ୍ଧରୁ ୬୪, କଟକରୁ ୧୯୮, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୧୨, ଗଜପତିରୁ ୭୯, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୬୨, ଯାଜପୁରରୁ ୧୦୭, ଝାରସୁଗୁଡ଼ାରୁ ୩୫୯, କଳାହାଣ୍ଡିରୁ ୨୭୭, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୪, କେନ୍ଦୁଝରରୁ ୨୬୬, ଖୋର୍ଦ୍ଧାରୁ ୧୦୯୨, କୋରାପୁଟରୁ ୭୬, ମାଲକାନଗିରିରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 26th April
New Positive Cases:: 6073
In quarantine: 3522
Local contacts: 2551(Details of local contacts will be shared by concerned Dist Administration)
District Wise Cases:
1. Angul: 239
— I & PR Department, Odisha (@IPR_Odisha) April 27, 2021
2. Balasore: 78
3. Bargarh: 286
4. Bhadrak: 65
5. Balangir: 457
ସେହିଭଳି ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୨୦୬, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୪୦୦, ପୁରୀରୁ ୨୨୬, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୧୫୮, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୩୭୧ ଏବଂ ଷ୍ଟେଟ ପୁଲରୁ ୨୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁବୃଦ୍ଧି ପାଇଛି । ଏବେ ରାଜ୍ୟରେ ୫୦ ହଜାର ୯୫୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ୩ ଲକ୍ଷ ୬୭ ହଜାର ୧୧୧ ଜଣ କରୋନାକୁ ମାତ୍ ଦେଇଛନ୍ତି ।












Click it and Unblock the Notifications