ଆଜି ପୁଣି ୧୧ ହଜାର ଟପିଲା ପଜିଟିଭ ସଂଖ୍ୟା, ଦୁଇ ଦିନ ପରେ ବଢିଲା ଦୈନିକ ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।

ଭୁବନେଶ୍ୱର: ଲକଡାଉନ ସପ୍ତାହନ୍ତ ସଟଡାଉନ ପରେ ମଧ୍ୟରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। ଦୁଇ ଦିନ ଧରି ସ୍ଥିର ରହିବା ପରେ ପୁଣି ଆଜି ଦୈନିକ ସଂକ୍ରମଣରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।

Corona Positive

ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ୯୮୩ । ସେହିପରି ଅନଗୁଳରୁ ୫୫୨, ବାଲେଶ୍ୱରରୁ ୪୦୮, ବରଗଡରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, କଟକରୁ ୮୬୭, ଦେବଗଡରୁ ୧୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୧୬୨, ଗଜପତିରୁ ୮୨, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୩୦୨, ଜାଜପୁରରୁ ୩୭୮, ଝାରସୁଗୁଡାରୁ ୩୦୭, କଳାହାଣ୍ଡିରୁ ୨୯୯, କନ୍ଧମାଳରୁ ୮୮, କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟରୁ ୨୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୧୦୨, ମୟୂରଭଞ୍ଜରୁ ୫୦୭, ନବରଙ୍ଗପୁରରୁ ୩୫୧, ନୟାଗଡରୁ ୨୭୭, ନୂଆପଡ଼ାରୁ ୨୩୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୭୦, ସମ୍ବଲପୁରରୁ ୫୪୭, ସୋନପୁରରୁ୨୫୨ ଏବଂ ଷ୍ଟେଟ ପୁଲିଂରୁ ୨୪୨ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୧୦,୫୮,୩୮୬ ନମୂନା ପରୀକ୍ଷା କରାଯାଇଥିବାବେଳେ ୬,୪୪,୪୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ୫,୩୬,୫୯୫ ଜଣ। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ୧,୦୫,୩୭୫ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+