ଆଜି ୧୦ ହଜାର ତଳେ ରହିଲା ଦୈନିକ ସଂକ୍ରମଣ

ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି କରୋନାରେ 34 ଜଣଙ୍କ ଜୀବନ ଯାଇଛି ।

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି କରୋନାରେ 34 ଜଣଙ୍କ ଜୀବନ ଯାଇଛି । କ୍ବାରେଣ୍ଟାଇନରୁ ୩ହଜାର ୭୭୪, ଲୋକାଲ କେସ୍ ୨ହଜାର ୯୬୨ । ଖୋର୍ଦ୍ଧାରେ ଖସିଛି ସଂକ୍ରମଣ । ଅନୁଗୁଳରୁ ସର୍ବାଧିକ ୭୮୮, ସୁନ୍ଦରଗଡ଼ରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Odisha Corona Positive

ଖୋର୍ଦ୍ଧାରୁ ୫୧୭, ବରଗଡ଼ରୁ ୪୦୫, ଯାଜପୁରରୁ ୩୭୪, କଟକରୁ ୩୬୨, ସମ୍ବଲପୁରରୁ ୩୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୮୨, ପୁରୀରୁ ୨୬୫, ବୌଦ୍ଧରୁ ୨୬୨, କଳାହାଣ୍ଡିରୁ 241, କୋରାପୁଟରୁ 219, ନୟାଗଡ଼ରୁ ୨୦୭, ଭଦ୍ରକରୁ 206 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୯୬, ଢେଙ୍କାନାଳରୁ ୧୭୮, ବଲାଙ୍ଗୀରରୁ ୧୪୪, ରାୟଗଡ଼ାରୁ ୧୨୩, ଝାରସୁଗୁଡାରୁ ୧୨୦, ଜଗତସିଂହପୁରରୁ ୧୦୬, ଷ୍ଟେଟପୁଲରୁ ୧୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମାଲକାନିଗିରିରୁ ୯୮, କେନ୍ଦ୍ରାପଡାରୁ ୮୫, ସୋନପୁରରୁ ୮୨, ଗଜପତିରୁ ୮୦, ବାଲେଶ୍ବରରୁ ୭୧, ଡେଓଗଡ଼ରୁ ୬୪, ନୂଆପଡାରୁ ୪୮, ମୟୂରଭ଼୍ଜରୁ ୩୪, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୨୪ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୧୦ହଜାର ୬୩୫ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୨୩ହଜାର ୬୨୮ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୩୨ହଜାର ୭୩୯ରେ ପହଁଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+