ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିଲା ଭାଇରସ୍, ରାଜ୍ୟରେ ୮ ହଜାରରୁ ଅଧିକ ପଜିଟିଭି ଚିହ୍ନଟ

ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪ ହଜାର ୭୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୬୦୫ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ ।

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଗତ ୬ ଦିନ ଧରି ରାଜ୍ୟରେ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪ ହଜାର ୭୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୬୦୫ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Odisha Corona Update

ସେହିପରି ଅନୁଗୁଳରୁ ୩୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୨ ଜଣ, ବରଗଡ଼ର ୨୫୭ ଜଣ, ଭଦ୍ରକରୁ ୬୭ ଜଣ, ବଲାଙ୍ଗିରରୁ ୩୫୮ ଜଣ, ବୌଦ୍ଧରୁ ୮୩ ଜଣ, କଟକରୁ ୪୯୬ ଜଣ, ଦେବଗଡ଼ରୁ ୬୧ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୯୬ ଜଣ, ଗଞ୍ଜାମରୁ ୨୦୯ ଜଣ, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୨୭୦ ଜଣ, ଝାରସୁଗୁଡ଼ାରୁ ୪୩୩ ଜଣ, କଳାହାଣ୍ଡିରୁ ୧୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୫୩ ଜଣ, କେନ୍ଦ୍ରାପଡ଼ାରୁ ୪୯ ଜଣ, କେନ୍ଦୁଝରରୁ ୧୭୫ ଜଣ, କୋରାପୁଟରୁ ୬୯ ଜଣ, ମାଲକାନଗିରିରୁ ୨୪ ଜଣ, ମୟୂରଭଞ୍ଜରୁ ୨୮୯ ଜଣ, ନବରଙ୍ଗପୁରରୁ ୩୮୮ ଜଣ, ନୟାଗଡ଼ରୁ ୧୨୨ ଜଣ, ନୂଆପଡ଼ାରୁ ୨୩୩ ଜଣ, ପୁରୀରୁ ୨୫୯ ଜଣ, ରାୟଗଡ଼ାରୁ ୭୫ ଜଣ, ସମ୍ବଲପୁରରୁ ୩୦୭ ଜଣ, ସୋନପୁରରୁ ୬୭ ଜଣ, ସୁନ୍ଦରଗଡ଼ରୁ ୯୩୩ ଜଣ ଏବଂ ଷ୍ଟେଟ ପୁଲରୁ ୩୪୮ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୨୮ ହଜାର ୫୧୫ରେ ପହଞ୍ଚିଛି । ଏବେ ରାଜ୍ୟରେ ୫୫ ହଜାର ୨୪୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୩ ଲକ୍ଷ ୭୧ ହଜାର ୨୦୦ ଜଣ କରୋନାକୁ ମାତ୍ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+