• search
For Quick Alerts
Turn On Notification  
For Daily Alerts

ଆଜି ୬ ହଜାର ଉପରେ ଦୈନିକ ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୯୫୦

|

ଭୁବନେଶ୍ବର: କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ୬ ହଜାରରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୨୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୬୦୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୧୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସଂକ୍ରମିତ ଚିହ୍ନଟ ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ରହିଛି ସବୁଠୁ ଆଗରେ ।

Odisha Corona Update

ଖୋର୍ଦ୍ଧାରୁ ୯ ଶହ୫୦ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୭୩, ବାଲେଶ୍ୱରରୁ ୭୯, ବରଗଡରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗୀରରୁ ୨୧୧, ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡରୁ ୩୩, ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡାରୁ ୨୬୧, କଳାହାଣ୍ଡିରୁ ୬୮୨, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୧, କେନ୍ଦୁଝରରୁ ୧୫୭, ଖୋର୍ଧାରୁ ୯୫୦, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡରୁ ୮୨, ନୂଆପଡାରୁ ୪୪୬, ପୁରୀରୁ ୩୦୬, ରାୟଗଡାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫ ଓ ସୁନ୍ଦରଗଡରୁ ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୪୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୯୧୧୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୩୫୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୭୯୩୪୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Corona Positive Case today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X