ରାଜ୍ୟରେ ଚିହ୍ନଟ ହେଲେ ୮,୭୩୫ କରୋନା ପଜିଟିଭ

ରାଜ୍ୟରେ ସ୍ଥିର କରୋନା ସଂକ୍ରମଣ, ବଢୁଛି ସୁସ୍ଥତା ସଂଖ୍ୟା । ଦିନକରେ ୮ ହଜାର ୭୩୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪ ହଜାର ୮୯୨, ଲୋକାଲ କେସ୍ ୩ହଜାର ୮୪୩ ପଜିଟିଭ ଚିହ୍ନଟ ହୋଇଛି ।

ଭୁବନେଶ୍ୱର: ରାଜ୍ୟରେ ସ୍ଥିର କରୋନା ସଂକ୍ରମଣ, ବଢୁଛି ସୁସ୍ଥତା ସଂଖ୍ୟା । ଦିନକରେ ୮ ହଜାର ୭୩୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪ ହଜାର ୮୯୨, ଲୋକାଲ କେସ୍ ୩ହଜାର ୮୪୩ ପଜିଟିଭ ଚିହ୍ନଟ ହୋଇଛି ।

Odisha Corona Positive Case

ତେବେ ଆଜି ବି ଖୋର୍ଦ୍ଧାରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୭୩, ବାଲେଶ୍ବରରୁ ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭, ଅନୁଗୁଳରୁ ୪୫୬, କେନ୍ଦ୍ରାପଡାରୁ ୩୮୭, ଜଗତସିଂହପୁରରୁ ୩୮୨, ମୟୂରଭଞ୍ଜରୁ ୩୪୨, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୨୮୫, ନବରଙ୍ଗପୁରରୁ ୨୬୪, କୋରାପୁଟରୁ ୨୫୫, ସୁନ୍ଦରଗଡ଼ରୁ ୨୪୪, ଷ୍ଟେଟପୁଲରୁ ୨୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୧୯୩, କେନ୍ଦୁଝରରୁ ୧୭୯, କଳାହାଣ୍ଡି ଓ ସମ୍ବଲପୁରରୁ ୧୭୭ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରସୁଗୁଡାରୁ ୧୫୭, ଗଞ୍ଜାମ ଓ ସୋନପୁରରୁ ୧୫୬ଜଣ ଲେଖାଏଁ, ଭଦ୍ରକରୁ ୧୪୭, ବୌଦ୍ଧରୁ ୧୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୯୬, ରାୟଗଡ଼ାରୁ ୯୦, ଗଜପତିରୁ ୮୦, କନ୍ଧମାଳରୁ ୬୫, ଦେଓଗଡ଼ରୁ ୬୩, ବଲାଙ୍ଗୀରରୁ ୪୯, ନୂଆପଡାରୁ ୪୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨ । ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୮୦ହାଜର ୯୩୨ । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୮୯,୯୫୬ ଅଛି।

ସୂଚନାଥାଉ କି, କରୋନା ସଂକ୍ରମଣ ହାର କମୁ ନ ଥିବାରୁ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପଯର୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି।

ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ଜୟପୁର ସମେତ ଅନ୍ୟ ସହରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅମାନିଆ ଯେପରି ରାସ୍ତାକୁ ବାହାରିବେନି ସେ ନେଇ କଡ଼ା ନଜର ରଖାଯାଇଛି। ତେବେ ଏହି ପର୍ଯ୍ୟାୟ କ୍ରମେ ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ା ଜିଲ୍ଲାରେ କୋହଳ ହୋଇଛି ଲକଡାଉନ ନିୟମ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+