ସାମାନ୍ୟ ଆଶ୍ବସ୍ତି: କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୮ ହଜାର ପଜିଟିଭ ଚିହ୍ନଟ
ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ଏହା ବୃଦ୍ଧି ପାଇ ୯ ହଜାର ଉପରେ ଥିବାବେଳେ ଆଜି ସାମାନ୍ୟ କମିଛି। ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ଏହା ବୃଦ୍ଧି ପାଇ ୯ ହଜାର ଉପରେ ଥିବାବେଳେ ଆଜି ସାମାନ୍ୟ କମିଛି। ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୯୭୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅନୁଗୁଳରୁ ୫୦୫, ବାଲେଶ୍ୱରରୁ ୪୫୨, ବରଗଡରୁ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୧୧୯, ବୌଦ୍ଧରୁ ୨୦୯, କଟକରୁ ୫୯୩, ଦବଗଡରୁ ୫୫, ଢେଙ୍କାନାଳରୁ ୪୦୭, ଗଜପତି ୫୪, ଗଞ୍ଜାମର ୧୨୯, ଜଗତସିଂହପୁରରୁ ୨୮୦, ଜାଜପୁରରୁ ୩୫୪, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡାରୁ ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Covid-19 Report For 30th May
New Positive Cases: 8313
In quarantine: 4655
Local contacts: 3658(Details of local contacts will be shared by concerned Dist Administration)
District Wise Cases:
1. Angul: 505
— I & PR Department, Odisha (@IPR_Odisha) May 31, 2021
2. Balasore: 452
3. Bargarh: 279
4. Bhadrak: 117
5. Balangir: 119
ସେହିପରି ମାଲକାନଗିରିରୁ ୧୦୩ ଜଣ ରୋଗୀ ଚିହ୍ନଟ ହାଇଥିବାବେଳେ ମୟୂରଭଞ୍ଜରୁ ୫୩୨, ନବରଙ୍ଗପୁରରୁ ୨୦୫, ନୟାଗଡରୁ ୨୮୩, ନୂଆପଡ଼ାରୁ ୫୩, ପୁରୀରୁ ୪୦୫, ରାୟଗଡ଼ାରୁ ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩, ସୁନ୍ଦରଗଡ଼ରୁ ୪୬୫ ଏବଂ ଷ୍ଟେଟପୁଲ୍ରୁ ବାହାରିଛନ୍ତି ୧୬୨ ଜଣ ଆକ୍ରାନ୍ତ।
ଗତ ୨୪ ଘଣ୍ଟା ମଧ୍ୟରେ ୧୧,୮୮୧ ଜଣ କରୋନା ରୋଗୀ ସୁସ୍ଥ ହାଇଛନ୍ତି। ଆଜିର ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୪,୯୯୭ରେ ପହଞ୍ଚିଛି। ସେହିପରି ଆଜି ସୁଦ୍ଧା ୬,୭୦,୫୨୭ ଜଣ କରୋନାରୁ ମୁକ୍ତ ହୋଇଥିବାବେଳେ ରାଜ୍ୟରେ ଏବେ ଆକ୍ଟିଭ କେସ ରହିଛି ୯୧,୬୬୩।












Click it and Unblock the Notifications