ଆଜି 10 ହାଜାର ତଳେ ସଂକ୍ରମଣ, 6 ଦିନ ପରେ ଖସିଲା କରୋନା ଗ୍ରାଫ

୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ । ୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Odisha Corona Positive

ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦୧୮, କଟକ ୬୪୧, ଅନୁଗୁଳରୁ ୫୨୬ ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଗଞ୍ଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୁବର୍ଣ୍ଣପୁରରୁ ୧୪୦, ଦେବଗଡ଼ରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୧, ମାଲକାନଗିରିରୁ ୬୩ ଓ ଭଦ୍ରକ ଜିଲ୍ଲାରୁ ୫୨ ଜଣ ଓ ଷ୍ଟେଟ୍ ପୁଲରୁ ୨୮୦ ଜଣ ପଜିଟିଭ ବାହାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+