ଆଜି ହଠାତ୍ ଉପର ମୁହାଁ ହେଲା କରୋନା ଗ୍ରାଫ, ଚିହ୍ନଟ ହେଲେ ୩,୪୫୬ ସଂକ୍ରମିତ
ଗତକାଲି ପ୍ରଥମଥର ପାଇଁ ୩ ହଜାର ତଳକୁ କମିଥିବା ସଂକ୍ରମିତଙ୍କ ସଂଖ୍ୟା ଆଜି ହଠାତ୍ ପୁଣି ଲମ୍ବ ଡିଆଁ ମାରିଛି। ଗତ ୨୪ ଘଣ୍ଟାରେ ୩,୪୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ଗତକାଲି ପ୍ରଥମଥର ପାଇଁ ୩ ହଜାର ତଳକୁ କମିଥିବା ସଂକ୍ରମିତଙ୍କ ସଂଖ୍ୟା ଆଜି ହଠାତ୍ ପୁଣି ଲମ୍ବ ଡିଆଁ ମାରିଛି। ଗତ ୨୪ ଘଣ୍ଟାରେ ୩,୪୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୪୫୬ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୪୮୩। ସେହିପରି ଆଉ ୪୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ।

ଯଦି ଜିଲ୍ଲା କଥା ନଜର ପକାଇବା ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଜଣ ଥିବା ବେଳେ, କଟକରୁ ୪୮୦, ପୁରୀରୁ ୨୮୯, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୮୦, ବାଲେଶ୍ୱରରୁ ୧୭୪, କେନ୍ଦ୍ରାପଡ଼ାରୁ ୧୪୭, ନୟାଗଡ଼ରୁ ୧୨୬, ଅନୁଗୁଳରୁ ୧୧୮, ସୁନ୍ଦରଗଡ଼ରୁ ୯୦, ମାଲକାନଗିରିରୁ ୮୨, କୋରାପୁଟରୁ ୮୧, ଜଗତସିଂହପୁରରୁ ୮୧, ଷ୍ଟେଟ୍ ପୁଲରୁ ୮୧, କେନ୍ଦୁଝରରୁ ୭୩, ବରଗଡ଼ରୁ ୬୯, ଢେଙ୍କାନାଳରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ରାୟଗଡ଼ାରୁ୫୬, ସୋନପୁରରୁ ୪୩, ନବରଙ୍ଗପୁରରୁ ୪୨, ସମ୍ବଲପୁରରୁ ୩୯, କନ୍ଧମାଳରୁ ୩୧, ବଲାଙ୍ଗୀରରୁ ୨୮, କଳାହାଣ୍ଡିରୁ ୨୧, ଝାରସୁଗୁଡ଼ାରୁ ୨୦, ଗଞ୍ଜାମରୁ ୧୯, ଗଜପତିରୁ ୧୭, ନୂଆପଡ଼ାରୁ ୧୬ ଓ ଦେବଗଡ଼ରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୧୫୯ ଜଣ ଆକ୍ରାନ୍ତ । ସାରା ରାଜ୍ୟରୁ ମୋଟ୍ ୮ ଲକ୍ଷ ୪୮ ହଜାର ୯୬୦ ଜଣ ସୁସ୍ଥ ହୋଇଥବା ବେଳେ, ଆକ୍ଟିଭ୍ କେସ୍ ରହିଛି ୩୪ ହଜାର ୨୧୬।












Click it and Unblock the Notifications